ଯଦୁପୁର କପ୍‌: ୧୧ ରନ୍‌ରେ ଜିତିଲା ତ୍ରିଶୁଳିଆ

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ଶୁକ୍ରବାର ଅଷ୍ଟମ ମ୍ୟାଚ୍‌ରେ ତ୍ରିଶୁଳିଆ ୧୧ ରନ୍‌ରେ ଭାଲିଆବାଡ଼ିକୁ ପରାସ୍ତ କରିଥିଲା। ତ୍ରିଶୁଳିଆ ଦଳ ୧୫ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ଜବାବରେ ଭାଲିଆବାଡ଼ି ଦଳ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସିପୁନ ପାଣି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମିର୍‌ ସମ୍ମତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ପ୍ରିନ୍‌ସ ଅଲ୍ଲୀ ଓ ସେଖ୍‌ ଜସିମ୍‌ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର