ଯଦୁପୁର କପ୍‌: ଡାଇନାମିକ୍‌ ବିଜୟୀ

ଭୁବନେଶ୍ୱର: ଯଦୁପୁର ଷ୍ଟାର୍‌ର୍ସ ଏବଂ ମିର୍‌ ମହଲାର ମିଳିତ ଉଦ୍ୟମରେ ଚାଲିଥିବା ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍‌ରେ ଡାଇନାମିକ୍‌ ଦଳ ୭ ଓ୍ଵିକେଟ୍‌ରେ ଶ୍ୟାମପୁରକୁ ପରାସ୍ତ କରିଛି। ଶ୍ୟାମପୁର ନିର୍ଧାରିତ ୧୫ ଓଭରରେ ୧୦୦ ରନ୍‌ କରିଥିଲା। ଜବାବରେ ଡାଇନାମିକ୍‌ ଦଳ ୬.୪ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିଜୟୀ ଦଳର ସୂର୍ଯ୍ୟକାନ୍ତ ସାହୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମୁଖ୍ୟ ଅତିଥି ସେଖ୍‌ ସାଇରୁଦ୍ଦିନ୍‌ ଦେଇଥିଲେ। ସେଖ୍‌ ଟୁଟୁ ଏବଂ ସାୟଦ ୟାସିନ୍‌ ଅଲୀ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର