ଯଦୁପୁର କପ୍‌ ଟେନିସ ବଲ୍‌ କ୍ରିକେଟ୍‌: ୮ ଓ୍ଵିକେଟ୍‌ରେ ଜିତିଲା ସରକନ୍ତରା

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ଶନିବାର ମ୍ୟାଚ୍‌ରେ ସରକନ୍ତରା ୮ ଓ୍ଵିକେଟ୍‌ରେ ବେଣାପଞ୍ଜୁରୀକୁ ପରାସ୍ତ କରିଛି। ବେଣାପଞ୍ଜୁରୀ ୧୩ ଓଭରରେ ସମସ୍ତ ଓ୍ଵିକେଟ୍‌ ବିନିମୟରେ ୯୨ ରନ୍‌ କରିଥିଲା। ଜବାବରେ ସରକନ୍ତରା ୧୦ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ୯୩ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଯଶବନ୍ତ ସାହୁ (୭୩ ରନ୍‌, ୩୦ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମିର ସକିର ଅତିଥି ଭାବେ ଯୋଗ ଦେଇଥିଲେ। ଅମନ ଅଲ୍ଲୀ ଓ ସୟଦ ୟାସିନ ଅଲ୍ଲୀ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର