ଜାମାଇକା ଗସ୍ତରେ ଜାଫର-ପଙ୍କଜ

ଭୁବନେଶ୍ବର: ଶନିବାରଠାରୁ ଆରମ୍ଭ ହେଉଥିବା ଭାରତ-ଜାମାଇକା ବନ୍ଧୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍ ଶୃଙ୍ଖଳା ଲାଗି ଗୁରୁବାର ଭାରତୀୟ ଦଳ ସେଠାକୁ ଯାତ୍ରା କରିଛି। ଏହି ଦଳରେ ଓଡ଼ିଶାର ଦୁଇଜଣ ପ୍ରତିଷ୍ଠିତ ଅଲରାଉଣ୍ଡର ମହମ୍ମଦ ଜାଫର ଇକବାଲ ଓ ପଙ୍କଜ ଭୂଏ ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ବେଙ୍ଗାଲୁରୁରୁ କଲମ୍ବୋ ବାଟ ଦେଇ ଜାମାଇକାରେ ପହଞ୍ଚିବା ପରେ ଚଳିତ ମାସ ୨୦, ୨୧ ଓ ୨୫ ତାରିଖରେ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ସେହିଭଳି ୨୪ ଓ ୨୭ରେ ଦୁଇଟି ଟ୍ବେଣ୍ଟି-୨୦ ମୁକାବିଲାରେ ଅବତୀର୍ଣ୍ଣ ହେବ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଜାମାଇକା ଗସ୍ତରେ ଯାଇଛି। ଏଥିରେ ଭଲ ପ୍ରଦର୍ଶନ କରିବାକୁ ଉଭୟ ଜାଫର ଏବଂ ପଙ୍କଜ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର