ଭୁବନେଶ୍ବର: ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ଆସନ୍ତା ୨୩ ତାରିଖରେ ରୋଇଂ, କାୟାକିଂ ଓ କାନୋଇଂ ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଖେଳାଳି ଚୟନ କରାଯିବ। ଖେଳାଳିଙ୍କ ବୟସ ୨୦୧୯ ଏପ୍ରିଲ୍ ୧ ତାରିଖ ସୁଦ୍ଧା ୧୨ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ବାଳିକାଙ୍କ ଉଚ୍ଚତା ବିଭିନ୍ନ ବୟସ ଅନୁଯାୟୀ ୧୬୪ ସେମି (୧୨ ବର୍ଷ), ୧୬୭ ସେମି (୧୩ ବର୍ଷ), ୧୬୯ ସେମି (୧୪ ବର୍ଷ), ଏବଂ ବାଳକଙ୍କ ୧୬୫ ସେମି (୧୨ ବର୍ଷ), ୧୬୮ ସେମି (୧୩ ବର୍ଷ), ୧୭୧ ସେମି (୧୪ ବର୍ଷ) ରହିବା ଆବଶ୍ୟକ। ଇଚ୍ଛୁକ ଖେଳାଳିମାନେ ୨୩ ତାରିଖରେ ନିଜର ଜନ୍ମଗତ ପ୍ରମାଣ ପତ୍ର ସହ ଜଗତପୁରସ୍ଥିତ ଜଳକ୍ରୀଡ଼ା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ କେନ୍ଦ୍ର ନିର୍ବାହୀ ଅଧିକାରୀ ଏଲ୍ ଜନ୍ସନ୍ ସିଂହ ସୂଚନା ଦେଇଛନ୍ତି।
ଜଗତପୁର ସାଇ ଜଳକ୍ରୀଡ଼ା କେନ୍ଦ୍ରର ଚୟନ ଶିବିର ୨୩ରେ
/sambad/media/post_attachments/wp-content/uploads/2019/03/swimming-pool.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)