ଜାଗୃତି ଓ ବିହାରୀଲାଲ୍ ବିଜୟୀ

ଭୁବନେଶ୍ବର: ପୋଖରୀପୁଟଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ‌ ସୋମବାର ଜାଗୃତି କ୍ରିକେଟ୍ ଏକାଡେମି ଏବଂ ଆୟୋଜକ ବିହାରୀଲାଲ୍ ଦଳ ବିଜୟୀ‌ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଜାଗୃତି ୬ ୱିକେଟ୍‌ରେ ରାମେଶ୍ବରକୁ ପରାସ୍ତ କରିଥିଲା। ପ୍ରଶାନ୍ତ ଭୋଇଙ୍କ ୩୮ ରନ୍ ବଳରେ ରାମେଶ୍ବର ୧୧୭ ରନ୍ କରିଥିଲା। ବାଦଲ ଭୋଳ ୩ ୱିକେଟ୍ ନେଇଥିଲେ। ଜବାବରେ କାର୍ତିକ ବିଶ୍ବାଳଙ୍କ ୪୪ ରନ୍ ବଳରେ ଜାଗୃତି ୪ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରି ନେଇଥିଲା। କାର୍ତିକ ବିଶ୍ବାଳଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ହୃଦୟବଲ୍ଲଭ ସାମନ୍ତରାୟ। ଦ୍ବିତୀୟ ମ୍ୟାଚ୍‌ରେ ବିହାରୀଲାଲ୍ ଦଳ ୭ ୱିକେଟ୍‌ରେ କ୍ରାଉନ୍ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଜନ୍ମେଜୟଙ୍କ ୨୩ ରନ୍ ବଳରେ କ୍ରାଉନ୍ ୧୧୭/୯ରେ ସୀମିତ ରହିଥିଲା। ରୋହିତ ପାଟିଲ ୩ ୱିକେଟ୍ ନେଇଥିଲେ। ଜବାବରେ ୱାଲଟର ଟୋପ୍ପୋ (୫୧)ଙ୍କ ଅର୍ଧଶତକ ବଳରେ ବିହାରୀଲାଲ୍‌ ୩ ୱିକେଟ୍ ହରାଇ ୧୨୧ ରନ୍ ସଂଗ୍ରହ କରି ନେଇଥିଲା। ରବି ରାଜଗୁରୁ ଅତିଥିଭାବେ ଯୋଗ ଦେଇ ୱାଲଟର ଟୋ‌ପ୍ପୋଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର