ଜମନଙ୍କ ଶତକ: ପାକିସ୍ତାନର ବିଜୟ ଜାରି

ବୁଲାଓ୍ଵାୟୋ: ଜିମ୍ବାେଓ୍ଵ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍‌ ଦଳର ୫ ଟିକିଆ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ବିଜୟ ଧାରା ଜାରି ରଖିଛି। ଶୁକ୍ରବାର ପ୍ରଥମ ଦିନିକିଆକୁ ୨୦୧ ରନ୍‌ରେ ଜିତିଥିବା ପାକିସ୍ତାନ ସୋମବାର ଦ୍ୱିତୀୟ ଦିନିକିଆକୁ ୯ ଓ୍ଵିକେଟ୍‌ରେ ଜିତି ୨-୦ରେ ଆଗୁଆ ରହିଛି। ସୋମବାର ପ୍ରଥମେ ବ୍ୟାଟିଂ କରି ଜିମ୍ବାେଓ୍ଵ ୪୯.୨ ଓଭରରେ ୧୯୪ ରନ୍‌ କରିଥିଲା। ଅଧିନାୟକ ହାମିଲଟନ୍‌ ମାସ୍‌କାଦ୍‌ଜା ୫୯ ଏବଂ ପିଟର ମୁର ୫୦ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ଉସ୍‌ମାନ ଖାନ୍‌ ୪, ହାସନ ଅଲ୍ଲୀ ୩ ଏବଂ ସୋଏବ ମଲ୍ଲିକ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପାକିସ୍ତାନ ଇମାମ ଉଲ୍‌ ହକ୍‌ (୪୪ ରନ୍‌)ଙ୍କୁ ହରାଇ ମାତ୍ର ୩୬ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ଫକର ଜମନ (୧୧୭*) ଶତକ ଏବଂ ବାବର ଆଜମ ୨୯* ରନ୍‌ ଅପରାଜିତ ରହି ପାକିସ୍ତାନକୁ ବିଜୟ ଭେଟି ଦେଇଥିଲେ। ଫକର ଜାମନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର