ବିରାଟ କୋହଲିଙ୍କ ଆଉଟ ଦାବି ନେଇ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରି ୧୫% ମ୍ୟାଚ ଫି ହରାଇଲେ ଜେମସ୍‌ ଆଣ୍ଡରସନ୍‌

ଲଣ୍ଡନ: ଭାରତ ବିରୋଧରେ ଇଂଲଣ୍ଡର ଅନ୍ତିମ ମ୍ୟାଚର ଦ୍ୱିତୀୟ ଦିନରେ ଶନିବାର ଦ୍ରୁତ ବୋଲର ଜେମସ୍‌ ଆଣ୍ଡରସନ୍‌ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିଥିବା ଅଭିଯୋଗରେ ୧୫ ପ୍ରତିଶତ ମ୍ୟାଚ୍‌ ଫି ହରାଇଛନ୍ତି। ନିୟମ ଉଲଂଘନ କରିଥିବାରୁ ଆଇସିସି ୧୫ ପ୍ରତିଶତ ମ୍ୟାଚ୍‌ ଫି ଜରିମାନା ଆକାରରେ ଦେବା ପାଇଁ ଆଣ୍ଡରସନ୍‌ଙ୍କୁ ଆଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୟାନ ଅନୁସାରେ ଜରିମାନା ବ୍ୟତୀତ ଏହି ଦ୍ରୁତ ବୋଲରଙ୍କ ଅନୁଶାସନାତ୍ମକ ରେକର୍ଡରେ ଏକ ଖରାପ ପଏଣ୍ଟ ଯୋଡା ଯାଇଛି। ବର୍ଷ ୨୦୧୬ ସେପ୍ଟେମ୍ବରରେ ସଂଶୋଧିତ ଆଚରଣ ବିଧି ଲାଗୁ ହେବା ପରେ ଆଣ୍ଡରସନଙ୍କ ଏହା ହେଉଛି ପ୍ରଥମ ଭୁଲ।

ଏହି ଘଟଣା ଭାରତୀୟ ଇନିଂସର ୨୯ତମ ଓଭରରେ ଦେଖାଯାଇଥିଲା। ସେହି ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଏଲବିଡବ୍ଲ୍‌ୁର ଅସଫଳ ଅପିଲ ପର ଡିଆରଏସ ପରେ ଆଣ୍ଡରସନ ଅମ୍ପାୟାର କୁମାର ଧର୍ମସେନାଙ୍କ ନିଜର ଟୋପି ତଳକୁ କରି ଆକ୍ରମଣାତ୍ମକ ଭାବରେ ଅଭିଯୋଗ କରୁଥିବା ଦେଖାଯାଇଥିଲା।

ଏହା ବ୍ୟତୀତ ଆଣ୍ଡରସନ୍‌ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଲେଜିଙ୍ଗ ଜରିଆରେ ହଇରାଣ କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ଆଣ୍ଡରସନ ବିରାଟଙ୍କୁ କିଛି କହିଥିଲେ। ପରବର୍ତ୍ତୀ ବଲରେ ଆଣ୍ଡରସନ ଲକ୍ଷ୍ୟରୁ ଓହରିଥିଲେ ଓ ବିରାଟ କୋହଲି ଏହାକୁ ଚୌକା ମାରିଥିଲେ। ଓଭର ଶେଷ ହେବା ପରେ ଆଣ୍ଡରସନ୍‌ ରାଗି ଯାଇଥିଲେ ଓ ଅମ୍ପାୟାରଙ୍କୁ କହିଥିଲେ ଆଉଟ ଦେଇ ଦେବାର ଥିଲା। ଧର୍ମସେନାଙ୍କୁ ଆଣ୍ଡରସନଙ୍କ କଥା ପସନ୍ଦ ଲାଗି ନଥିଲା ଓ ସେ ଜୋଏ ରୁଟଙ୍କୁ ଡାକିଥିଲେ। ଏହା ପରେ ଆଣ୍ଡରସନ ଶାନ୍ତ ହୋଇଥିଲେ କିନ୍ତୁ ତାଙ୍କ ବ୍ୟବହାର କ୍ରିକେଟକୁ ଆଘାତ ଦେଇଥିଲା।

ସମ୍ବନ୍ଧିତ ଖବର