ପାମେଣ୍ଟ୍‌ ମୁମ୍ବାଇ ଇଣ୍ଡିଆନ୍‌ସ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ

ମୁମ୍ବାଇ: ତିନିଥର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନୂଅ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଭାବେ ନ୍ୟୁଜିଲାଣ୍ଡ୍‌ର ଜେମ୍ସ ପାମେଣ୍ଟ୍‌ଙ୍କୁ ନିଯୁକ୍ତି ଦେଇଛି। ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଜଣ୍ଟି ୨୦୦୯ରୁ ମୁୁମ୍ବାଇ ସହ ଯୋଡ଼ି ହୋଇ ରହିଥିଲେ। ନିଜର ବ୍ୟକ୍ତିଗତ ବ୍ୟବସାୟରେ ସମୟ ଦେବା ଲାଗି ସେ ଏହି ପଦ ଛାଡ଼ିଛନ୍ତି। କ୍ଷେତ୍ରରକ୍ଷଣ ବିଶେଷଜ୍ଞ ଭାବେ ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ର ବିକାଶ ଲାଗି କାମ କରି ପାମେଣ୍ଟ୍‌ ପ୍ରଶିକ୍ଷଣରେ ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିନେଇଛନ୍ତି। ୨୦୧୪ ଚାମ୍ପିଅନ୍ସ ଲିଗ୍‌ ଟେ୍ଵଣ୍ଟି-୨୦ ବିଜେତା ନର୍ଦନ ଡିଷ୍ଟ୍ରିକ୍ଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସେ ଏବେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ଫେବ୍ରୁଆରି ୧୧ ତାରିଖରେ ଆଇପିଏଲ୍‌ ଖେଳାଳି ନିଲାମ ହେବାକୁଥିଲା ବେଳେ ଅପ୍ରେଲ୍‌ରୁ ଏହି ଦାମି କ୍ରିକେଟ୍‌ ଲିଗ୍‌ ଆରମ୍ଭ ହେବ।

ସମ୍ବନ୍ଧିତ ଖବର