ଜାମସେଦପୁର ୨-କେରଳ ୨

ଜାମସେଦପୁର: ଚଳିତ ଆଇଏସ୍‌ଏଲରେ ସୋମବାର ଜାମସେଦପୁର ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ନିଜ ନିଜ ମଧ୍ୟରେ ବାଣ୍ଟି ‌ ନେଇଛନ୍ତି। ସ୍ଥାନୀୟ ଜେଆର୍‌ଡି ସ୍ପୋର୍ଟ୍ସ କ‌ମ୍ପ୍ଲେକ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଟିମ୍‌ କାହିଲ (୩ ମିନିଟ୍‌) ଓ ମାଇକେଲ ସୁସାଇରାଜ (୩୧ ମିନିଟ୍‌)ଙ୍କ ଗୋଲ୍‌ରେ ଜାମଦସଦପୁର ପ୍ରଥମାର୍ଧରେ ୨-୦ରେ ଆଗୁଆ ହୋଇ ଯାଇଥିଲା। ଦ୍ବିତୀୟାର୍ଧରେ କେରଳ ଦଳ ସ୍ଲାଭିସ୍ଲା ଷ୍ଟୋଜାନୋଭିକ୍‌ (୭୧ ମିନିଟ୍‌) ଓ ସିକେ ଭିନୀତ (୮୬ ମିନିଟ୍‌)ଙ୍କ ଗୋଲ୍‌ରେ ମ୍ୟାଚ୍‌କୁ ଫେରି ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର