ଜାତୀୟ ଭଲିବଲ୍‌ ସମିତିରେ ପ୍ରଦୀପ

କଟକ: ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ପ୍ରଦୀପ ମହାନ୍ତିଙ୍କୁ ୪୪ତମ ଜାତୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ନିୟନ୍ତ୍ରଣ ସମିତିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ସମିତିରେ କୁଲଦୀପ ମାଗୋତ୍ରା ଅଧ୍ୟକ୍ଷ ରହିଥିଲାବେଳେ ବୈଷୟିକ ସମିତିରେ ଡି ମୁଖାର୍ଜୀ, ରେଫରି ସମିତିରେ ସେଓ ନାରାଏନ୍‌, ଜାତୀୟ ପ୍ରଶିକ୍ଷକ ଜିଇ ଶ୍ରୀଧରନ ଓ ସଂଗଠନ ସମ୍ପାଦକ ବନବିହାରୀ ଜସ୍‌ ସ୍ଥାନ ପାଇଛନ୍ତି। ଜାତୀୟ ପ୍ରତିଯୋଗିତା ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ବର୍ଧମାନଠାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର