ଜାତୀୟ ରୋଲ୍‌ବଲ୍‌ ସ୍କେଟିଂ: ତେଲେଙ୍ଗାନାକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର: ଗୋଆର ପଣଜୀରେ ଆୟୋଜିତ ଜାତୀୟ ରୋଲ୍‌ବଲ୍‌ ସ୍କେଟିଂ ପ୍ରତିଯୋଗିତା (୧୪ ବର୍ଷରୁ କମ୍‌)ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଓଡ଼ିଶା ୬-୦ ଗୋଲ୍‌ରେ ତେଲେଙ୍ଗାନାକୁ ପରାସ୍ତ କରିଛି। ଦଳ ପକ୍ଷରୁ ପ୍ରୀତୀଶ ଆର୍ଯ୍ୟନ୍‌ ୩ ଏବଂ ଅରିନ୍ଦମ ସାମଲ, ଆଦିତ୍ୟ ପଟ୍ଟନାୟକ ଓ ଓମ୍‌କାର ଷଡ଼ଙ୍ଗୀ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସୂଚନାଯୋଗ୍ୟ ଏହି ପ୍ରତିଯୋଗିତାରେ ୨୦ ରାଜ୍ୟ ଭାଗନେଇଛନ୍ତି। ଓଡ଼ିଶା ଗ୍ରୁପ୍‌-ଏରେ ରାଜସ୍ଥାନ, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡ ସହ ରହିଛି।

ସମ୍ବନ୍ଧିତ ଖବର