ପିସିବିକୁ ମିଆଁଦାଦ୍‌ଙ୍କ ପରାମର୍ଶ: ଭାରତ ସହ ଖେଳିବା କଥା ଭୁଲିଯାଅ

କରାଚି : ନିକଟ ଭବିଷ୍ୟତରେ ଭାରତ ସହ ଖେଳିବା କଥା ଭୁଲିଯାଅ। ବରଂ ଏହି ଖେଳରେ ଉନ୍ନତି ଆଣିବା ଦିଗରେ ମନ ଦିଅ ବୋଲି ପୂର୍ବତନ ପାକିସ୍ତାନ ପ୍ରଶିକ୍ଷକ ତଥା ଅଧିନାୟକ ଜାଭେଦ୍‌ ମିଆଁଦାଦ୍‌ ପାକ୍‌ କ୍ରିକେଟ୍‌ ବୋର୍ଡ (ପିସିବି)କୁ ପରାମର୍ଶ ଦେଇଛନ୍ତି। ୧୦ ବର୍ଷ ହେଲା ଭାରତ ଆମ ସହ ଖେଳିବାକୁ ରାଜି ହେଉନାହିଁ। ଏବେ ବି ଭାରତ ଚାହୁଁନି। ଭାରତ ସହ ନଖେଳିଲେ ଆମ କ୍ରିକେଟ୍‌ ମରିଯିବନି। ଆମେ ଭଲ ଖେଳୁଛେ। ଚାମ୍ପିଅନ୍‌ସ ଟ୍ରଫି ଜିତିବା ଏହାର ଜ୍ବଳନ୍ତ ଉଦାହରଣ। ଭାରତ ଆମ ସହ ନଖେଳିଲେ କ୍ରିକେଟ୍‌ ପାକିସ୍ତାନରେ କଦାପି ମରିବନି। ୨୦୦୯ରୁ ଘରୋଇ ମାଟିରେ ଆନ୍ତର୍ଜାତିକ କ୍ରିକେଟ୍‌ ନଖେଳି ମଧ୍ୟ ଆମେ ବର୍ତ୍ତି ରହିଛେ। ସେଥିପାଇଁ ଭାରତ ସହ ଖେଳିବା କଥାକୁ ପୂରା ଭୁଲିଯିବାକୁ ମିଆଁଦାଦ୍‌ ପିସିବିକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର