ଜୟଦୁର୍ଗା ଓ ନୀତା ଅମ୍ବାନି ଏକାଡେମି ବିଜେତା

ମଦନପୁର କପ୍‌ ଫୁଟ୍‌ବଲ୍‌

ଭୁବନେଶ୍ୱର: ନବଜ୍ୟୋତି କ୍ଲବ୍‌ ଆନୁକୂଲ୍ୟରେ ମଦନପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଷଷ୍ଠ ମଦନପୁର କପ୍‌ ପୁରୁଷ ଏବଂ ପ୍ରଥମ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ପୁରୁଷରେ ଖୋର୍ଧାର ଜୟଦୁର୍ଗା କ୍ଲବ୍‌ ଓ ମହିଳାରେ ନୀତା ଅମ୍ବାନି ଏକାଡେମି ବିଜେତା ହୋଇଛନ୍ତି। ପୁରୁଷ ଫାଇନାଲ୍‌ରେ ଦୀପକ ଡେଭିଡ୍‌ଙ୍କ ୨୬ ମିନିଟ୍‌ ଗୋଲ୍‌ ବଳରେ ଜୟଦୁର୍ଗା କ୍ଲବ୍‌ ୧-୦ରେ ଭୁବନେଶ୍ୱରର କଳିଙ୍ଗ ସ୍ପୋର୍ଟିଂକୁ ପରାସ୍ତ କରି ଟ୍ରଫି ଜିତି ନେଇଥିଲା। ସୁନୀଲ କୁମାର ସାହୁ ଫାଇନାଲ୍‌ର ଏବଂ ରଞ୍ଜନ କୁମାର ମାଝୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ବଜରଙ୍ଗବାଲୀକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ବିବେଚିତ କରାଯାଇଥିଲା। ସର୍ବେଶ୍ୱର ନାୟକ ଶ୍ରେଷ୍ଠ ପ୍ରଶିକ୍ଷକ ବିବେଚିତ ହୋଇଥିଲେ। ସୁଜିତ କୁମାର ପାତ୍ର, ଶ୍ରୀକୃଷ୍ଣ ପଟ୍ଟନାୟକ, ବିଦେଶୀ ନାୟକ ଓ ମନୋରଞ୍ଜନ ଖୁଣ୍ଟିଆ ମ୍ୟାଚ୍‌ ପରିଚାଳନା କରିଥିଲେ। ସେହିପରି ମହିଳା ଫାଇନାଲ୍‌ରେ ନୀତା ଅମ୍ବାନି ଏକାଡେମି ୫-୪ ଟାଇବ୍ରେକର୍‌ ଗୋଲ୍‌ରେ ଉର୍ମିଳା ଏକାଡେମିକୁ ପରାସ୍ତ କରି ଟ୍ରଫି ଉପରେ କବ୍‌ଜା କରିଥିଲା। ସୁଭଦ୍ରା ସାହୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟପନାୟକ, ସାଇର ପୂର୍ବତନ ପ୍ରଶିକ୍ଷକ ଆର୍‌କେ ମଣ୍ଡଲ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ବିଜୟ କୁମାର ଚୌଧୁରୀ, ସଂଜିଲ୍‌ କୁମାର ବଳିୟାରସିଂହ, ଭୁବନେଶ୍ୱର ଦୌଡ଼କୁଦ ସଂଘ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ଅରବିନ୍ଦ ମିତ୍ର, ଉଲ୍ଲାସ ବିଦ୍ୟାଧର, ସନ୍ତୋଷ କୁମାର ଜେନା, ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ପ୍ରଦୀପ କୁମାର ବଳିୟାରସିଂ, ସୁଧାଂଶୁ ଶେଖର ଜେନା ଓ ପଦ୍ମଚରଣ ଜେନା ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର