ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ଜୀବନ ନେଦୁେଞ୍ଚଝିଆନ ଳାଗ୍ ଲାଗ୍ ଦୁଇଟି ଚ୍ୟାଲେଞ୍ଜର ଟ୍ରଫି ଜିତିଛନ୍ତି। ଗତ ସପ୍ତାହରେ ଏଟିପି ଚେଙ୍ଗଦୁ ଓପନ୍ ଜିତଥିବା ଜୀବନ ସୋମବାର ମଣ୍ଟେରି ଚ୍ୟାଲେଞ୍ଜର ଏଟିପି ଟୁର୍ ଯୁଗଳ ବର୍ଗ ଟ୍ରଫି ଜିତି ଏହି ସଫଳତା ପାଇଥିଲେ। ଏହା ମଧ୍ୟ ଚଳିତ ବର୍ଷ ତାଙ୍କର ପଞ୍ଚମ ମୁକୁଟ। ପୂର୍ବରୁ ସେ ୱନେତିକା, କ୍ଲେ, ଦାଲାସରେ ବିଜେତା ହୋଇଥିଲେ।
ମେକ୍ସିକୋରେ ଆୟୋଜିତ ୧୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ମଣ୍ଟେରି ଚ୍ୟାଲେଞ୍ଜର ଏଟିପି ଟୁର୍ ପ୍ରତିଯୋଗିତାରେ ନୂଆ ସାଥୀ ସାଲ୍ଭାଡର୍ର ମାର୍ସିଲୋ ରିଭାଲୋଙ୍କୁ ନେଇ ଖେଳୁଥିବା ଜୀବନ ସୋମବାର ଫାଇନାଲ୍ରେ ୬-୧, ୬-୪ େସଟ୍ରେ ଭାରତ-ମେକ୍ସିକୋ ଯୋଡ଼ି ଲିଆଣ୍ଡର ପେସ୍ ଓ ମିଗୁଏଲ୍ ଆଞ୍ଜେଲ ରେସ୍-ଭାରେଲାଙ୍କୁ ପରାସ୍ତ କରିଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର