ଇଂଲଣ୍ଡ ବିଶ୍ବକପ୍‌ର ଦୃଢ଼ ଦାବିଦାର: ଜିଲେସ୍ପି

ଲଣ୍ଡନ୍‌,: ଆୟୋଜକ ଇଂଲଣ୍ଡ ୨୦୧୯ ଦିନିକିଆ ବିଶ୍ବକପ୍‌ର ଦୃଢ଼ ଦାବିଦାର ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜସନ ଜି‌ଲେସ୍ପି। ୫୦ ଓଭରିଆ କ୍ରିକେଟ୍‌ରେ ଇଂଲଣ୍ଡ ବହୁତ ଭଲ ପ୍ରଦର୍ଶନ କରୁଛି। ଏଥିସହ ଏହି ଦଳ ଘରୋଇ ପଡ଼ିଆରେ ମଧ୍ୟ ବିଶ୍ବକପ୍ ଖେଳିବ। ସେଥିପାଇଁ ମୁଁ ଇଂଲଣ୍ଡକୁ ଦୃଢ଼ ଦାବିଦାର ବୋଲି କହିବି। ସେ‌ମାନେ ନୂତନ କୌଶଳ ଆପଣାଇବା ସହ ବ୍ୟାଟ୍‌ ଓ ବଲ୍‌ରେ ଚମତ୍କାର କରୁଛନ୍ତି। କ୍ଷେତ୍ରରକ୍ଷଣରେ ବି ସେମାନ ପଛରେ ନାହାନ୍ତି ବୋଲି କହିଛନ୍ତି ଜିଲେସ୍ପି। ବିଶ୍ବକପ୍‌ର ଅନ୍ୟ ଦଳଗୁଡ଼ିକ ଜାଣିଛନ୍ତି ଯେ ବିଶ୍ବକପ୍‌ ଜିତିବାର କଳା ଅଷ୍ଟ୍ରେଲିଆକୁ ଜଣା। ଏହା ସମସ୍ତ ଦେଶର ମୁଣ୍ଡରେ ରହିଛି। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍‌ର ଦାବିଦାର ଦୌଡ଼ରେ ନାହିଁ। ଅବଶ୍ୟ ବିଶ୍ବକପ୍ କେମିତି ଜିତିହୁଏ ସେକଥା ସେମାନେ ଭଲ ଭାବରେ ଜାଣିଛନ୍ତି। ଚାରିଟି ଦିନିକିଆ ଶୃଙ୍ଖଳା ହାରିବା ପରେ ଅଷ୍ଟ୍ରେଲିଆ କିନ୍ତୁ ସଫଳ ପ୍ରତ୍ୟାବର୍ତନ କରିଛି। ବର୍ଷ ଆରମ୍ଭରୁ ସେମାନେ ଭାରତକୁ ଭାରତ ମାଟିରେ ହରାଇଛନ୍ତି। ସେହିଭଳି ୟୁଏଇରେ ପାକିସ୍ତାନକୁ ୫-୦ରେ ମୂଳପୋଛ କରିଛନ୍ତି। ୨୦୦୮ ମସିହା ପରେ ବିଦେଶ ମାଟିରେ ଏହା ସେମାନଙ୍କର ପ୍ରଥମ ମୂଳପୋଛ। ହେଲେ ଏହି ବିଜୟ ଏବେ ଚୟନକର୍ତାଙ୍କୁ ଦ୍ବନ୍ଦ୍ବରେ ପକାଇଛି। ସାଂପ୍ରତିକ ଦଳ ଭଲ କରୁଥିବାରୁ ଡେଭିଡ୍ ୱାର୍ନର ଓ ଷ୍ଟିଭେନ୍ ସ୍ମିଥ ଫେରିଲେ ସେମାନଙ୍କୁ କେଉଁ ସ୍ଥାନରେ ଖେଳାଇବେ ସେ ଚିନ୍ତା ମଧ୍ୟ ଦଳୀୟ ଅଧିକାରୀଙ୍କର ରହିଛି।

ସମ୍ବନ୍ଧିତ ଖବର