ଜିମ୍ବାେଓ୍ଵ ୩୨୬, େଓ୍ଵଷ୍ଟ୍‍ଇଣ୍ଡିଜ୍‌ ୭୮/୧

ବୁଲାଓ୍ଵାଓ: ରବିବାରଠାରୁ ଆରମ୍ଭ ହୋଇଥିବା େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଜିମ୍ବାେଓ୍ଵ ସମସ୍ତ ଓ୍ଵିକେଟ୍‌ ହରାଇ ପ୍ରଥମ ପାଳିରେ ୩୨୬ ରନ୍‌ କରିଛି। ଜବାବରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଦ୍ୱିତୀୟ ଦିନ ସୁଦ୍ଧା ୧ ଓ୍ଵିକେଟ୍‌ ହରାଇ ୭୮ କରିଛି। ପୂର୍ବଦିନର ୧୬୯/୪ରୁ ଖେଳ ଆରମ୍ଭ କରି ଜିମ୍ବାେଓ୍ଵ ସୋମବାର ଆଉ ୬ ଓ୍ଵିକେଟ୍‌ ହରାଇ ସମ୍ମାନ ଜନକ ସ୍କୋର୍‌ କରିଥିଲା। ମାସାକାଜା ୧୪୭, ସିକନ୍ଦର ରାଜା ୮୦ ଏବଂ ପିଟର ମୁର ୫୨ ରନ୍‌ କରିଥିଲେ। େଓ୍ଵଷ୍ଟଇଣ୍ଡଜ୍‌ ପକ୍ଷରୁ କେମାର ରୋଚ୍‌ ୩ ଏବଂ ସାନନ ଗାବ୍ରିଏଲ୍‌ ଓ ଦେବେନ୍ଦ୍ର ବିଶୁ ୨ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ କ୍ରେଗ୍‌ ବ୍ରଥ୍‌େଓ୍ଵଟ୍‌ (୩୨)ଙ୍କୁ ହରାଇ ୨୪୮ ରନ୍‌ ପଛୁଆ ରହିଛି। କିରନ୍‌ ପାେଓ୍ଵଲ୍‌ ୪୨* ଏବଂ ଦେବେନ୍ଦ୍ର ବିଶୁ ୦* ବ୍ୟାଟିଂ ଜାରି ରଖିଛନ୍ତି। ଜିମ୍ବାେଓ୍ଵ ପକ୍ଷରୁ ଗ୍ରେମ୍‌ କ୍ରିମର ଏହି ଓ୍ଵିକେଟ୍‌ ନେଇଛନ୍ତିି।

ସମ୍ବନ୍ଧିତ ଖବର