ନିରାଶ କଲା ପୁରୁଷ ହକିଦଳ, ଗୌରବ ଆଣିଲେ ଜିନସନ , ୧୫ଶହ ମିଟର ରେ ଜିତିଲେ ସ୍ୱର୍ଣ୍ଣ

ଜାକାର୍ତ୍ତା : ପୁରୁଷ ହକି ଦଳ ମାଲେସିଆଠାରୁ ହାରି ନିରାଶ କରିଥିବାବେଳେ ଭାରତର ଜିନସନ ଜନସନ ୧୫୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି । ଏହା ସହିତ ଚଳିତ ଏସୀୟ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨ରେ ପହଞ୍ଚିଛି । ସେ ୩ ମିନିଟ ୪୪. ୭୨ ସେକେଣ୍ଡରେ ଏହି ଦୂରତ୍ୱ ପୂରଣ କରିଥିଲେ । ଏହା ଭାରତୀୟ ଆଥଲେଟିକ ଟିମର ୬ଷ୍ଠ ସ୍ୱର୍ଣ୍ଣ । ସେହିପରି ମହିଳା ୧୫୦୦ ମିଟରରେ ଭାରତର ପିୟୁ ଚିତ୍ରାକାଂସ୍ୟ ପଦକ ଜିତିଛନ୍ତି । ମହିଳା ଡିସକସରେ ଭାରତର ସୀମା ପୂନିଆ କାଂସ୍ୟ ପଦକ ଜିତିଛନ୍ତି ।

ସମ୍ବନ୍ଧିତ ଖବର