ଫର୍ମକୁ ଫେରିଲା ଅଷ୍ଟ୍ରେଲିଆ: ୪ର୍ଥ ଓ୍ଵିକେଟ୍‌ରେ ୩୦୮ ରନ୍‌ ଭାଗିଦାରୀ ହୋଇ ବର୍ନ୍ସ-ହେଡ କଲେ ରେକର୍ଡ

କାନବେରା: ଦୀର୍ଘ ଦିନ ପର୍ଯ୍ୟନ୍ତ ଖରାପ ଫର୍ମରେ ରହିବା ପରେ ଅଷ୍ଟ୍ରେଲିଆ ଫର୍ମକୁ ଫେରିଛି। କଙ୍ଗାରୁ ଟିମ୍‌ ନିଜର ପ୍ରଶଂସକଙ୍କ ପାଇଁ ୨୦୧୯ରେ ଖୁସି ଖବର ଆଣିଛି। ଅଷ୍ଟ୍ରେଲିଆ ଗତ ସପ୍ତାହରେ ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ଇନିଂସ ଏବଂ ୪୦ ରନ୍‌ରେ ହରାଇଲା ପରେ ଏବେ ୨ୟ ଟେଷ୍ଟରେ ୨ଜଣ ବ୍ୟାଟସ୍‌ମ୍ୟାନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଜୋଏ ବର୍ନ୍ସ (ଅପରାଜିତ ୧୭୨ ରନ୍‌) ଓ ଟ୍ରାଭିସ୍‌ ହେଡ (୧୬୧ ରନ୍‌) ଇନିଂସ ଖେଳି ଇତିହାସ ରଚିଛନ୍ତି। ଉଭୟ ଟିମ୍‌ ଶ୍ରୀଲଙ୍କା ବିରୋଧରେ ୪ର୍ଥ ଓ୍ଵିକେଟ୍‌ ପାଇଁ ୩୦୮ ରନ୍‌ ଭାଗିଦାରୀ ହୋଇଛନ୍ତି। ଦଳକୁ ଏଭଳି ସ୍କୋର ଆବଶ୍ୟକ ଥିବା ବେଳେ ବର୍ନ୍ସ-ହେଡ ସେହି କାମକୁ ପୂରା କରିଛନ୍ତି।

ଅଷ୍ଟ୍ରେଲିଆ ଶୁକ୍ରବାର ଶ୍ରୀଲଙ୍କା ବେିରାଧରେ ୨୮ ରନ୍‌ରେ ୩ ଓ୍ଵିକେଟ ହରାଇବା ପରେ ସଙ୍କଟରେ ପଡ଼ିଯାଇଥିଲା। ଏଭଳି ପରିସ୍ଥିତିରେ ୨୯ ବର୍ଷିଅ ବର୍ନ୍ସ ଏବଂ ୨୫ ବର୍ଷିଅ ହେଡ ଉପସ୍ଥିତ ବୁଦ୍ଧି ଲଗାଇ ପଡ଼ିଆରେ ଆସ୍ଥାନା ଜମାଇଥିଲେ। ଉଭୟଙ୍କ ଇନିଂସ ବଳେ ଅଷ୍ଟ୍ରେଲିଆ ଦିନର ଖେଳ ଶେଷ ହେବା ପୂର୍ବରୁ ୪ ଓ୍ଵିକେଟ ହରାଇ ୩୮୪ ରନ କରିଛି।

ଉଭୟ ଖେଳାଳି ୬୪.୨ ଓଭରରେ ୩୦୮ ରନ କରିଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ୪ର୍ଥ ଓ୍ଵିକେଟରେ ଏହା ହେଉଛି ବଡ଼ ସ୍କୋର। ଶ୍ରୀଲଙ୍କା ବିରୋଧରେ ୪ର୍ଥ ଓ୍ଵିକେଟରେ ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ୨୫୮ ରନ ଭାଗିଦାରୀ ସନ୍‌ ମାର୍ଶ ଏବଂ ମାଇକ୍‌ ହସି କରିଥିଲେ। ବର୍ନ୍ସଙ୍କ ଏହା ହେଉଛି ୪ର୍ଥ ଶତକ। ଏହି ଇନିଂସ ସହିତ ସେ ୧୦୦୦ ରନ୍‌ ପୂରା କରିଛନ୍ତି। ସେ ଏବେ ନିଜ କ୍ୟାରିୟରର ୧୬ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି।

ସମ୍ବନ୍ଧିତ ଖବର