ଜନ୍‌ସନ୍‌ ଜମେଇଲେ

ପୁରୁଷ ୧୫୦୦ ମିଟରରେ ଭାରତୀୟ ଧାବକ ଜିନସନ୍‌ ଜନସନ୍‌ ଗୁରୁବାର ନିଜ ଯାଦୁ ଦେଖାଇଥିଲେ। ଆଜି ସେ ୧୫୦୦ ମିଟର ଦୌଡ଼ର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ବ୍ୟକ୍ତିିଗତ ଭାବେ ଚଳିତ ଅଷ୍ଟାଦଶ ଏସିଆଡ଼୍‍ରେ ଏହା ତାଙ୍କର ଦ୍ୱିତୀୟ ପଦକ ଥିଲା। ପୂର୍ବରୁ ୮୦୦ ମିଟରରେ ସେ ରୌପ୍ୟ ପଦକ ଜିତିିଥିଲେ। ୮୦୦ ମିଟରର ବିଜେତା ମନଜିତ ସିଂହ କିନ୍ତୁ ୧୫୦୦ ମିଟର ଇଭେଣ୍ଟର ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଇରାନର ଅମିର ମୋରାଦି (୩:୪୫.୬୨) ଓ ବାହାରିନର ମହମ୍ମଦ ତିଓଲି (୩:୪୫.୮୮) ଜନସନ (୩:୪୪.୭୨)ଙ୍କ ପଛକୁ ରହି ରୌପ୍ୟ ଓ କାଂସ୍ୟ ପାଇଥିଲେ। ମନଜିତ ୩ ମିନିଟ୍‌ ୪୬.୫୭ ସେକେଣ୍ଡରେ ରେସ୍‌ ଶେଷ କରି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର