ସମ୍ବଲପୁର: ପୋଲାଣ୍ଡର ସୋଲେକ୍ ଡ୍ରଜ୍ରେ ଅନୁଷ୍ଠିତ ୧୦ମ ଦୃଷ୍ଟିହୀନ କନିଷ୍ଠ ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ପଦକ ଜିତି ଓଡ଼ିଆ ତାରକା ସୌନ୍ଦର୍ଯ୍ୟ ପ୍ରଧାନ ଐତିହାସିକ ସଫଳତା ଲାଭ କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ସର୍ବିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତର ଦର୍ପନ ଭନାନୀ କାଂସ୍ୟ ପଦକ ଜିତିଥିଲାବେଳେ ସୌନ୍ଦର୍ଯ୍ୟ ତାକୁ ଅତିକ୍ରମ କରିଛନ୍ତି। ଗତ ୧୪ ତାରିଖରୁ ଆରମ୍ଭ ହୋଇ ଗୁରୁବାର ଉଦ୍ଯାପିତ ଏହି ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସୌନ୍ଦର୍ଯ୍ୟ ୬ ବିଜୟ ଓ ୨ ଡ୍ର’ ସହ ମୋଟ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଲାଭ କରିଛନ୍ତି। ପୋଲାଣ୍ଡର ଆଦାମ ଚାକୋସ୍କି ୭.୫ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜର୍ମାନିର ମିସ୍କୋ ଏକ୍ସଟାଏଦ ୬.୫ ପଏଣ୍ଟ ପାଇ କାଂସ୍ୟ ଲାଭ କରିଛନ୍ତି। ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ଦୃଷ୍ଟିହୀନ ଜାତୀୟ-ଏ ଚେସ୍ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ପ୍ରତିଯୋଗୀଙ୍କୁ ଏହି ବିଶ୍ୱ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା। ଏହି ଆଧାରରେ ସୌନ୍ଦର୍ଯ୍ୟଙ୍କ ସହ ସୁଯୋଗ ପାଇଥିବା ଅନ୍ୟ ଭାରତୀୟ ଖେଳାଳି ଆର୍ୟନ ଯୋଶୀ ୫.୫ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି।
କନିଷ୍ଠ ଦୃଷ୍ଟିହୀନ ବିଶ୍ୱ ଚେସ୍ ସୌନ୍ଦର୍ଯ୍ୟଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2018/08/113-SP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)