କନିଷ୍ଠ ଡେଭିସ୍‌ କପ୍‌:ଇଣ୍ଡୋନେସିଆକୁ ହରାଇଲା ଭାରତ

ବ୍ୟାଙ୍କକ୍‌,: ନ୍ୟୁଜିଲାଣ୍ଡଠୁ ହାରିଥିବା ଭାରତ ମଙ୍ଗଳବାର ‌କନିଷ୍ଠ ଡେଭିସ୍‌ କପ୍‌ ପ୍ରତିଯୋଗିତାରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଛି। ଏସିଆ/ଓସେନିଆ ଫାଇନାଲ୍‌ ଯୋଗ୍ୟତା ମ୍ୟାଚ୍‌ରେ ଭ‌ାରତୀୟ ଯୁବ ତାରକା ଅଜୟ ମଲ୍ଲିକ ଯୁଗଳ ବିଜୟ ପାଇଥିଲେ। ସେ ଏକକରେ ୬-୪, ୬-୨ ସେଟ୍‌ରେ ମୋହ ଗୁନାୱାନ୍‌ ତ୍ରିସମୁୱାନ୍ତରାଙ୍କୁ ପରାସ୍ତ କରି ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ ଏକକ ମୁକାବିଲାରେ ନୌଭାଲ୍‌ଦୋ ଜଟି ଆଗତ୍ରାଙ୍କୁ ସୁଶାନ୍ତ ଦାବାସ ହରାଇ ଭାରତକୁ ୨-୦ ଅଗ୍ରଣୀ ଦେଇଥିଲେ। ଯୁଗଳ ମୁକାବିଲାରେ ଅଜୟ ଓ ଦିବେଶ ଗାଲଟ ୬-୭, ୬-୨, ୧୦-୪ ସେଟ୍‌ରେ ଆଗତ୍ରା ଓ ଲକି କାନ୍ଦ୍ରାଙ୍କୁ ହରାଇ ଭାରତକୁ ବିଜୟ ଭେଟି ଦେଇଥିଲେ। ଭାରତ ପରବର୍ତୀ ମ୍ୟାଚ୍‌ରେ ଗ୍ରୁପ୍ ଶୀର୍ଷରେ ଥିବା ଅଷ୍ଟ୍ରେଲିଆକୁ ଭେଟିବ।

ସମ୍ବନ୍ଧିତ ଖବର