ଲାଭେନିଲ୍‌ଙ୍କୁ ଯୁଗଳ ପଦକ:କନିଷ୍ଠ ବନ୍ଧୁକ ଚାଳନା ବିଶ୍ୱକପ୍‌

ସୁଲ୍‌ (ଜର୍ମାନି): ଏଠାରେ ଚାଲିଥିବା କନିଷ୍ଠ ବନ୍ଧୁକ ଚାଳନା ବିଶ୍ୱକପ୍‌ ପ୍ରତିଯୋଗିତାର ସୋମବାର ଚତୁର୍ଥ ଦିବସରେ ଭାରତର ଲାଭେନିଲ୍‌ ଭାଲାରିଭାନ୍‌ ଯୁଗଳ ପଦକ କରାୟତ କରିଛନ୍ତି। ସେ ବାଳିକା ୧୦ ମିଟର ଏୟାର ରାଇଫଲ୍‌ର ଏକକ ବର୍ଗରେ ସ୍ୱର୍ଣ୍ଣ ଏବଂ ଦଳୀୟ ବର୍ଗରେ କାଂସ୍ୟ ପଦକ ପାଇଥିଲେ। ଏକକରେ ଚୀନ୍‌ର ଜେରୁ ଓ୍ଵାଙ୍ଗ୍‌ (୨୫୦.୯)ଙ୍କୁ ପଛରେ ପକାଇ ଲାଭେଲିନ୍‌ (୨୫୧.୭) ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦଳଗତ ବର୍ଗରେ ଶ୍ରୀୟା ଅଗ୍ରଓ୍ଵାଲ୍‌ ଏବଂ ଜୀନା ଖିତାଙ୍କ ସହ ମିଶି ଲାଭେଲିନ୍‌ ତୃତୀୟ ସ୍ଥାନରେ ରହି ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଭାରତ ସୋମବାର ସୁଦ୍ଧା ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଏବଂ ୩ କାଂସ୍ୟ ସହ ୭ ପଦକ ପାଇ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ରବିବାର ବାଳକ ଓ ବାଳିକା ୫୦ ମିଟର ଫ୍ରି ପିସ୍ତଲ ଦଳୀୟ ଇଭେଣ୍ଟ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ବାଳକ ଦଳରେ ଅର୍ଜୁନ ଚୀମା, ଅନ୍‌ମୋଲ ଜୈନ୍‌ ଏବଂ ଗୌରବ ରଣା ରହିଥିଲା ବେଳେ ବାଳିକା ଦଳରେ ନେହା, ଦେବାଂଶୀ ଧାମା ଏବଂ ଅନୁଷ୍କା ପାଟିଲ ଥିଲେ। ସେହିପରି ଅନ୍‌ମୋଲ୍‌ ଏକକ ବର୍ଗରେ କାଂସ୍ୟ ଜିତିଥିଲା ବେଳେ ନେହା ରୌପ୍ୟ ଏବଂ ଦେବାଂଶୀ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର