କନିଷ୍ଠ କବାଡ଼ି: ଜଗତସିଂହପୁର ବାଳକ, ଯାଜପୁର ବାଳିକା ବିଜେତା

ଆସିକା: ଗଂଜାମ ଜିଲ୍ଲା ଦୌଡ଼କୁଦ ସଂଘ ଏବଂ ଆସିକା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ହରିହର ଉଚ୍ଚବିଦ୍ୟାଳୟ ମିନି ଷ୍ଟାଡିୟମରେ ଦୁଇ ଦିନ ଧରି ଅନୁଷ୍ଠିତ ୪୫ତମ ରାଜ୍ୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ବାଳକରେ ଜଗତ୍‌ସିଂହପୁର ଏବଂ ବାଳିକାରେ ଯାଜପୁର ଦଳ ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଜଗତ୍‌ସିଂହପୁର ବାଳକ ଦଳ ୫୦-୨୬ ପଏଣ୍ଟ୍‌ରେ ବାଲେଶ୍ୱରକୁ ଏବଂ ଯାଜପୁର ବାଳିକା ଦଳ ୪୧-୧୯ ପଏଣ୍ଟ୍‌ରେ ପୁରୀକୁ ପରାସ୍ତ କରିଥିଲା। ବାଳକ ସେମିଫାଇନାଲ୍‌ରେ ଜଗତ୍‌ସିଂହପୁର ୨୨-୨୧ରେ ଢେଙ୍କାନାଳକୁ ଓ ବାଲେଶ୍ୱର ୨୬-୨୧ରେ ପୁରୀକୁ ଏବଂ ବାଳିକା ସେମିଫାଇନାଲ୍‌ରେ ପୁରୀ ୩୬-୩୪ରେ କଟକକୁ ଓ ଯାଜପୁର ୨୭-୧୫ରେ ଖୋର୍ଧାକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର