କନିଷ୍ଠ ଜାତୀୟ ହକି:ଓଡ଼ିଶାକୁ ଦ୍ୱିତୀୟ ଓ ଗାଙ୍ଗ୍‌ପୁରକୁ ଯୁଗଳ ବିଜୟ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା କନିଷ୍ଠ ଜାତୀୟ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ର ଅଷ୍ଟମ ସଂସ୍କରଣରେ ଦୁଇ ଓଡ଼ିଶା ଦଳ ହକି ଓଡ଼ିଶା ଏବଂ ହକି ଗାଙ୍ଗ୍‌ପୁର-ଓଡ଼ିଶାର ବିଜୟ ଜାରି ରହିଛି। ଗୁରୁବାର କର୍ଣ୍ଣାଟକକୁ ୨-୧ ଗୋଲ୍‌ରେ ହରାଇଥିବା ଓଡ଼ିଶା ବାଳିକା ଦଳ ଶନିବାର ଛତିଶଗଡ଼କୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ରମାଗତ ବିଜୟ ପାଇଛି। ନିମାବତୀ ସିଂହ (୨୮ ମିନିଟ୍‌), ପ୍ରେମିତା ବାରା (୪୦ ମିନିଟ୍‌), ନେହା ଲାକ୍ରା (୪୯ ମିନିଟ୍‌), ଅବିନାଶୀ ମୁକ୍ତି ସୁରିନ୍‌ (୫୨ ମିନିଟ୍‌) ଏବଂ ଇଲିମା ମିଞ୍ଜ୍‌ (୫୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଓଡ଼ିଶାକୁ ଏକପାଖିଆ ବିଜୟ ଦେଇଥିଲେ। ଓଡ଼ିଶା ରବିବାର ହରିଆନାକୁ ଭେଟିବ। ଅନ୍ୟପକ୍ଷରେ ଗାଙ୍ଗ୍‌ପୁରକୁ ଶନିବାର ଯୁଗଳ ବିଜୟ ମିଳିଛି।

ବାଳିକା ଦଳ ଗୁରୁବାର ଚଣ୍ଡୀଗଡ଼କୁ ୬-୩ ଗୋଲ୍‌ରେ ହରାଇଥିଲା ବେଳେ ଶନିବାର ଦିଲ୍ଲୀକୁ ୬-୦ ଗୋଲ୍‌ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ପାଇଛି। ରିଙ୍କି କୁଜୁର (୩, ୧୪ ଓ ୫୨ ମିନିଟ୍‌) ଏକାକି ୩ ଗୋଲ୍‌ କରିଥିଲା ବେଳେ ରୋଜିତା କୁଜୁର (୪୩ ଓ ୬୯ ମିନିଟ୍‌) ଦୁଇଟି ଏବଂ ଜସ୍ମିନ୍‌ ନମ୍ରତା ବାରା (୩୯ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ସେହିଭଳି ଗାଙ୍ଗପୁର ବାଳକ ଦଳ ୫-୩ରେ ପଞ୍ଜାବ ଓ ସିନ୍ଧ୍‌ ବ୍ୟାଙ୍କ୍‌କୁ ପରାସ୍ତ କରିଛି। ଦଳ ପକ୍ଷରୁ ଗ୍ରେଗରି ଖେସ୍‌ (୪୬, ୪୯) ଦୁଇଟି, ସଂଜୟ ଖାଲ୍‌କୋ (୯), ମଣିପ୍‌ କେରକେଟା (୫୯) ଏବଂ ସୁଦୀପ ଚିର୍ମାକୋ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର