ସେଲେନାଙ୍କୁ ସ୍ୱର୍ଣ୍ଣ

ସର୍ମ-ଏଲ୍‌-ସେକ୍‌ (ଇଜିପ୍ଟ): ଭାରତୀୟ ବାଳିକା ସେଲେନା ସେଲ୍‌ଭାକୁମାର ଇଜିପ୍ଟରେ ଚାଲିଥିବା କନିଷ୍ଠ ଓ କ୍ୟାଡେଟ୍‌ ଟେବୁଲ ଟେନିସ୍‌ ଓପନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। କନିଷ୍ଠ ବାଳିକା ଦଳଗତ ବର୍ଗରେ ଇଜିପ୍ଟର ରିମା ହେସମ୍‌ ଓ ଓ୍ଵାଦ୍‌ ଇବ୍ରାହିମ୍‌ଙ୍କ ସହ ମିଶି ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଇଜିପ୍ଟ-ଏ ଦଳକୁ ୩-୨ରେ ପରାସ୍ତ କରି ଟ୍ରଫି କରାୟତ କରିଥିଲେ। ସେଲେନା ପ୍ରଥମ ମ୍ୟାଚ୍‌ରେ ସାରା ଆବୁସେଟାଙ୍କୁ ୩-୧ ଓ ଚତୁର୍ଥ ମ୍ୟାଚ୍‌ରେ ମାର୍‌ଓ୍ଵା ଆଲୋହଦାବିଙ୍କୁ ୩-୧ରେ ପରାସ୍ତ କରି ଦଳକୁ ବିଜୟୀ କରାଇଥିଲେ। ସେମିଫାଇନାଲ୍‌ରେ ମଧ୍ୟ ସେଲେନା ଇଜିପ୍ଟ ଓ ତୁନିସିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର