କନିଷ୍ଠ ବିଶ୍ୱକପ୍‌:ବିଶ୍ୱ କୀର୍ତିମାନ ସହ ସୌରଭଙ୍କୁ ସ୍ୱର୍ଣ୍ଣ

ସୁଲ୍‌ (ଜର୍ମାନି): ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବନ୍ଧୁକଚାଳନା ବିଶ୍ୱକପ୍‌ରେ ମଙ୍ଗଳବାର ଭାରତୀୟ ତାରକା ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ୍‌ରେ ୧୫ ବର୍ଷ ବୟସ୍କ ସୌରଭ ଚମତ୍କାର ୨୪୩.୭ ସ୍କୋର୍‌ କରି ପ୍ରଥମ ସ୍ଥାନ ଅକ୍ତିଆର କରିନେଇଥିଲେ। ଏହା ପୂର୍ବରୁ ବିଶ୍ୱ କୀର୍ତିମାନ (୨୪୨.୫) ଚୀନ୍‌ ତାରକା ଓ୍ଵାଙ୍ଗ୍‌ ଝେହାଓଙ୍କ ନାମରେ ଥିଲା। ସିଡ୍‌ନିରେ ଚଳିତ ବର୍ଷର ପ୍ରଥମ ବିଶ୍ୱକପ୍‌ରେ ହିଁ ସେ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଥିଲେ।

ସମ୍ବନ୍ଧିତ ଖବର