କଳାହାଣ୍ଡି କପ୍‌ ଫାଇନାଲ୍‌ରେ ଦୁଇ ଭୁବନେଶ୍ୱର ଦଳ

କଟକ: ଦୁଇ ଭୁବନେଶ୍ୱର ଦଳ ‘ଏ’ ଓ ‘ବି’ ମଧ୍ୟରେ କଳାହାଣ୍ଡି କପ୍‌ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଗୁରୁବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଫାଇନାଲ୍‌ ଖେଳାଯିବ। ବୁଧବାର ସେମିଫାଇନାଲ୍‌ରେ ଭୁବନେଶ୍ୱର-ଏ ଦଳ  ୮ ଓ୍ଵିକେଟ୍‌ରେ କେନ୍ଦୁଝରକୁ ଏବଂ ଭୁବନେଶ୍ୱର-ବି ଦଳ ୬ ଓ୍ଵିକେଟ୍‌ରେ କଟକ-ଏ ଦଳକୁ ହରାଇଛି। ଡ୍ରିମ୍ସ ପଡ଼ିଆରେ ଭୁବନେଶ୍ୱର-ଏ ଟସ୍‌ ଜିତି ବୋଲିଂ କରିଥିଲା। ମନୋଜ ବାରିକ ୫, ଶାନ୍ତନୁ ମିଶ୍ର ୩ ଓ୍ଵିକେଟ୍‌ ଅକ୍ତିଆର କରିବାରୁ କେନ୍ଦୁଝର ମାତ୍ର ୮୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଶୁଭ୍ରାଂଶୁ ସେନାପତି ୩୭ ରନ୍‌ କରିଥିଲେ। ଜବାବରେ ଭୁବନେଶ୍ୱର ଦଳ ୧୪.୩ ଓଭରରେ ମାତ୍ର ୨ ଓ୍ଵିକେଟ ହରାଇ ମ୍ୟାଚ ଜିତିଯାଇଥିଲା। ଅନୁରାଗ ଷଡ଼ଙ୍ଗୀ ଅର୍ଧଶତକୀୟ (୫୪) ପାଳି ଖେଳି ଦଳକୁ ଜିତାଇଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିଥିବା କଟକ ଦଳ ୯ ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ କରିଥିଲା। ବିପ୍ଳବ ସାମନ୍ତରାୟ ୪୩ ରନ୍‌ କରିଥିବା ବେଳେ ଭୁବନେଶ୍ୱରର ଟୁକୁନା ସାହୁ ୪, ରାଜେଶ ମହାନ୍ତି ଓ ଅମିତାଭ ରାଉତ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ତେବେ ବିଶ୍ୱଜିତ ଭୂୟାଁଙ୍କ ୮୩ ରନ୍‌ ସହାୟତାରେ ଭୁବନେଶ୍ୱର ୪ ଓ୍ଵିକେଟ କ୍ଷତିରେ ୪୧.୫ ଓଭର ବେଳକୁ ମ୍ୟାଚ୍‌ ଜିତିଯାଇଥିଲା। ଏହା ପୂର୍ବରୁ ବିଶ୍ୱଜିତ୍‌ ମଧ୍ୟ ସୁପରଲିଗ୍‌ରେ ରେଳବାଇ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୮୮ ରନ୍‌ର ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର