କଳିଙ୍ଗ ଷ୍ଟାଡିୟମ୍ ବିଶ୍ବସ୍ତରୀୟ: ସୁଖ୍‌ବୀର

ଭୁବନେଶ୍ବର, କଳିଙ୍ଗ ଷ୍ଟାଡିୟମ୍ ନିଶ୍ଚିତ ଭାବେ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ୍। ଭାରତୀୟ ହକିର ବିକାଶ ଲାଗି ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିବ ବୋଲି କହିଛନ୍ତି ପୂର୍ବତନ ବିଶ୍ବକପ୍ ଖେଳାଳି ତଥା ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ସୁଖ୍‌ବୀର ସିଂହ ଗ୍ରେୱାଲ। ସତୁରୀ ଦଶକ ଶେଷାର୍ଧରେ ଭାରତୀୟ ଦଳରୁ ଖେଳିଥିବା ଏହି ବର୍ଷିୟାନ ହକି ବ୍ୟକ୍ତିତ୍ବ ମଧ୍ୟ ବର୍ତମାନର ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଢେର ଆଶାବାଦୀ। ୬ ବର୍ଷ ତଳୁ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଚାର୍ଲସୱର୍ଥଙ୍କ ଅଭିଜ୍ଞତାକୁ ଉପଯୋଗ କରିଥିବା ଭାରତ ଏବେ ଏହାର ସୁଫଳ ପାଉଛି। ଭାରତୀୟ ହକିରେ ଗତି ଓ ଫୂର୍ତି ବଢ଼ିଛି। ଦକ୍ଷତା ଏବଂ ଶାରୀରିକ ସକ୍ଷମତାରେ ବି ଢେର ଉନ୍ନତି ଘଟିଛି। କିନ୍ତୁ ମାନସିକ ‌େକ‌ୗଶଳରେ ଥିବା ଅଭାବ ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି। ହକିରେ ପରିପକ୍ବତା ଲାଗି ୪/୫ ବର୍ଷ ଅନ୍ତର୍ଜାତୀୟ ହକି ମଧ୍ୟରେ ୫୦/୬୦ ମ୍ୟାଚ୍ ଅଭିଜ୍ଞତା ଆବଶ୍ୟକ। ଇତିହାସ କହୁଛି, ମାନ୍ୟତାର ଶୀର୍ଷ ୬ ବର୍ଷ ଭିତରେ ରହିଲେ କିଛି ନା କିଛି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଦଳକୁ ପୋଡ଼ିୟମ୍ ଫିନିସ୍ ମିଳିବ। ଭାରତ ମଧ୍ୟ ବିଶ୍ବଲିଗ୍, ଚାମ୍ପିଅନ୍ସ ଟ୍ରଫି,ଏସୀୟ ଚାମ୍ପିଅନ୍ସ ଟ୍ରଫି ପଦକ ଜିତି ଏହାକୁ ପ୍ରମାଣିତ କରିଛି। ଆମ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ୨୫/୩୦କୁ ବଢ଼ିଗଲେ ଆମକୁ ଆଉ ‘ଜିତିପାରିବୁ’ ନୁହେଁ ‘ଜିତି ଆସିବୁ’ କହିବାର ଆତ୍ମବିଶ୍ବାସ ମିଳିବ। ଏଥି ପାଇଁ ଆଉ ୪/୫ ବର୍ଷ ଲାଗିବ ବୋଲି ଗ୍ରେୱାଲ ପ୍ରକାଶ କରିଥିଲେ। ବର୍ତମାନର ମନ୍‌ପ୍ରୀତ୍ ସିଂହଙ୍କ ବିଶ୍ବକପ୍ ଦଳ ଉପରେ‌ ସେଭଳି ଭରସା ରହିଛି। ଏ ଦଳ ବିଶ୍ବକପ୍ ପୋଡ଼ିୟମ୍ ଫିନିସ୍ କରିପାରିବ ବୋଲି ମୋର ବିଶ୍ବାସ ରହିଥିବା କହିଥିଲେ ୧୯୭୮ ମସିହାରେ ଏକମାତ୍ର ବିଶ୍ବକପ୍ ଖେଳିଥିବା ଗ୍ରେୱାଲ।

ସମ୍ବନ୍ଧିତ ଖବର