 କଳ୍ପତରୁ ସ୍ମାରକୀ ବ୍ୟାଡ୍‌ମିଣ୍ଟନ୍‌: ବ୍ରଜେଶ୍‌-ରେହାନ୍‌ ଯୋଡ଼ି ବିଜେତା

ଧର୍ମଶାଳା: ଜାରକା ୟୁନିକ୍‌ ବ୍ୟାଡ୍‌ମିଣ୍ଟନ୍‌ କ୍ଲବ୍‌ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକୀ ଏକଦିବସୀୟ କଳ୍ପତରୁ ଦାସ ସ୍ମାରକୀ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାରକାସ୍ଥିତ ବ୍ୟାଡମିଣ୍ଟନ୍‌ ଇନ୍‌ଡୋର ହଲ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ୧୬ ଯୋଡ଼ି ଅଂଶଗ୍ରହଣ କରିଥିଲେ। ଫାଇନାଲ୍‌ରେ ଯାଜପୁରର ଅରବିନ୍ଦ ନାୟକ (ଆପୁ) ଓ ମାନସ ସାମଲ ଯୋଡ଼ିକୁ ୨୧-୧୯, ୨୧-୧୭ ପଏଣ୍ଟରେ ପରାସ୍ତ କରି ଭୁବନେଶ୍ୱରର ବ୍ରଜେଶ ଦାସ (ଚିକୁ) ଓ ସେକ୍‌ ରେହାନ ଯୋଡ଼ି ବିଜେତା ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ସାମରିକ ବାହିନୀର ଅବସରପ୍ରାପ୍ତ ଅଫିସର ଚକ୍ରଧର ଲେଙ୍କା ମୁଖ୍ୟ ଅତିଥି, ଧର୍ମଶାଳା କ୍ରୀଡ଼ା ପରିଷଦ ସଭାପତି ଆଲୋକ କୁମାର କର ଏବଂ ସଂପାଦକ ରଶ୍ମିରଂଜନ ରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଉଦ୍‌ଘାଟନ କରିଥିଲେ। ଖେଳଗୁଡିକୁ ଅଧ୍ୟାପକ ପ୍ରଭାତ କୁମାର ଦାଶ ଓ ଦେବାଶିଷ କର ପରିଚାଳନା କରିଥିଲେ। : - 

ସମ୍ବନ୍ଧିତ ଖବର