ଅଶୋକାନନ୍ଦ ଜେନାଙ୍କୁ ଲାଇଫ୍‌ ଟାଇମ ଆଚିଭମେଣ୍ଟ ପୁରସ୍କାର ଓ ରଶ୍ମିତା ମହାନ୍ତିଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର

ଭୁବନେଶ୍ୱର: ପୂର୍ବତନ ରଣଜୀ ଅଧିନାୟକ ଅଶୋକାନନ୍ଦ ଜେନାଙ୍କୁ ୨୦୧୮-୧୯ ପାଇଁ ରବିବାର କମଲ ଗାଙ୍ଗୁଲୀ ସ୍ମାରକୀ ଲାଇଭ୍‌ ଟାଇମ ଆଚିଭମେଣ୍ଟ ପୁରସ୍କାର ଏବଂ ବିଶିଷ୍ଟ କୋଚ ରଶ୍ମିତା ମହାନ୍ତିଙ୍କୁ ଶ୍ରେଷ୍ଠ କୋଚ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସହିଦ ନଗରସ୍ଥିତ କ୍ଲବ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯାଇଛି।

ଏଥି ସହିତ ରାଜ୍ୟ ୧୯ ବର୍ଷରୁ କମ ଖେଳାଳି ଶୁଭମ ଶତ୍ରୁଜିତ, ଜ୍ୟୋତି ରଂଜନ ବେହେରା, ମାନସ ରଂଜନ ବେହେରା, ଆଶୁତୋଷ ନାୟକ, ନିହାର ରଂଜନ ଭୂୟାଁ, ସନ୍ଦୀ ଚୌହାନ, ଆର୍ଯ୍ୟ ଜେନାଙ୍କୁ ସମ୍ମାନୀତ କରାଯାଇଛି। ସମାରୋହରେ ଆଶୁତୋଷ ଛୁରିଆ, ଶ୍ରେଷ୍ଠ ସିଂହ, ବିଶ୍ୱ ବିଭବ ମୁଦୁଲି, ରାଜଦୀପ ରୋହନ ଦାସଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି।

ସହିଦ ସ୍ପୋଟିଂ ପକ୍ଷରୁ ଆୟୋଜିତ ସମାରୋହରେ ବିଧାୟକ ବିଜୟ ମହାନ୍ତି, କର୍ପୋରେଟର ଶାଶ୍ୱତୀ ମିଶ୍ର, ମାରୁତି ଇଷ୍ଟେଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିତ ସ୍ପୋଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ। ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର