କାଞ୍ଚନମାଳାଙ୍କ କୀର୍ତିମାନ

ବିଶ୍ୱ ଦିବ୍ୟାଙ୍ଗ ସନ୍ତରଣରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ

ନାଗପୁର: ଦୃଷ୍ଟିହୀନ ସନ୍ତରଣ ଲଳନା କାଞ୍ଚନମାଳା ପାଣ୍ଡେ ଦେଶ ପାଇଁ ଇତିହାସ ରଚିଛନ୍ତି। ୨୬ ବର୍ଷ ବୟସ୍କା କାଞ୍ଚନମାଳା ମେକ୍ସିକୋରେ ଚାଲିଥିବା ବିଶ୍ୱ ଦିବ୍ୟାଙ୍ଗ ସନ୍ତରଣ ପ୍ରତିଯୋଗିତାରେ ଗୁରୁବାର ସ୍ୱର୍ଣ୍ଣ ପଦକ ହାସଲ କରଛନ୍ତି। ମହିଳା ୨୦୦ ମିଟର ମିଡ୍‌ଲେୀ ଏସ୍‌-୧୧ ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରି ଏହି ସଫଳତା ହାତେଇଛନ୍ତି। ନାଗପୁରର ଏହି ଦୃଷ୍ଟିହୀନ ଲଳନା କାଞ୍ଚନମାଳା ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ମେକ୍ସିକୋରେ ପଦକ ଜିତିବାର ଆଶା ରଖିଥିଲି। ହେଲେ ସ୍ୱର୍ଣ୍ଣ ଜିତିବା ଅବିଶ୍ୱାସ ଲାଗୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି କାଞ୍ଚନମାଳା। ସେ ଏକମାତ୍ର ଭାରତୀୟ ଭାବେ ମହିଳା ବର୍ଗକୁ ଯୋଗ୍ୟତା ହାସଲ କରିଥିଲେ। ତେବେ ମେକ୍ସିକୋରେ ଅନ୍ୟ ବର୍ଗରେ ଦୁଭାଗ୍ୟବଶତଃ ସେ ପଦକରୁ ବଞ୍ଚିତ ହୋଇଥିଲେ। ୧୦୦ ମିଟର ଫ୍ରିଷ୍ଟାଇଲରେ ଚତୁର୍ଥ, ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଓ ବ୍ୟାକ୍‌ଷ୍ଟ୍ରୋକ୍‌ରେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ କାଞ୍ଚନମାଳା।

ସମ୍ବନ୍ଧିତ ଖବର