ଭାରତରେ ଟିମ୍‌ ଇଣ୍ଡିଆକୁ ପରାସ୍ତ କରିବା କଷ୍ଟକର କାମ: ଓ୍ଵିଲିୟମସନ୍‌

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ର ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଟିମ୍‌କୁ ଭାରତରେ ପରାସ୍ତ କରିବା କଷ୍ଟକର କାମ। ଓ୍ଵାଙ୍ଖେଡେ ଷ୍ଟାଡିୟମରେ ରବିବାର ଠାରୁ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ପୂର୍ବରୁ ଓ୍ଵିଲିୟମସନ୍‌ କହିଛନ୍ତି, ସ୍ୱଦେଶରେ ଭାରତର ରେକର୍ଡ ବହୁତ ଭଲ।

ଆମେ ଜାଣିଛେ, ଭାରତକୁ ହରାଇବା ସହଜ ନୁହେଁ। ସ୍ୱଦେଶରେ ଭାରତ ହେଉଛି ସବୁଠାର ଶକ୍ତିଶାଳୀ ଟିମ୍‌। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବୁ। ସେ କହିଛନ୍ତି, ଆମେ ଏଠାରେ ଗତ ଶୃଙ୍ଖଳାରେ ଦେଖିଛୁ ଯେ, ଶେଷ ମ୍ୟାଚ ପୂର୍ବରୁ ଆମେ ୨-୨ ଥିଲୁ, ଯାହାକି ଭଲ ଉଦ୍ୟମ ଥିଲା। କିନ୍ତୁ ଅନ୍ତିମ ମ୍ୟାଚରେ ଆମେ ଭଲ ଖେଳି ନ ଥିଲୁ। ବିଶାଖାପାଟନମରେ ଖେଳାଯାଇଥିବା ଶେଷ ମ୍ୟାଚରେ ୨-୩ରେ ପରାସ୍ତ ହୋଇ ସ୍ୱଦେଶ ଫେରିଥିଲୁ।

ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଓ୍ଵାଙ୍ଖେଡେରେ ପ୍ରଥମ ଥର ମୁକାବିଲା ହେବ। ମୁକାବିଲା ସମ୍ପର୍କରେ ଓ୍ଵିଲିୟମସନ୍‌ କହିଛନ୍ତି, ଆମେ ଓ୍ଵାଲଡ୍‌ କପ୍‌ର କିଛି ମ୍ୟାଚ ଏଠାରେ ଖେଳିଛୁ। କିନ୍ତୁ ଅନ୍ୟ ପ୍ରତିନ୍ଦ୍ୱନ୍ଦୀଙ୍କ ସହିତ ଖେଳିବାର ଅନୁଭୂତି ଅଛି। ଏହା ଏକ ଭଲ ପଡ଼ିଆ। ଏଠାରେ ଶୃଙ୍ଖଳା ଆରମ୍ଭ ହେବା ଖୁସିର ବିଷୟ। ଓ୍ଵିଲିୟମସନ୍‌ କହିଛନ୍ତି, ମାର୍ଟିନ ଗୁପ୍ଟିଲ ଓ କୋଲିନ ମୁନରୋ ତାଙ୍କ ଟିମ୍‌ର ଧୁରନ୍ଧର ବ୍ୟାଟ୍ସମ୍ୟାନ ଅଛନ୍ତି।

କ୍ୱିଓ୍ଵି ଟିମ୍‌ର ଅଧିନାୟକ କହିଛନ୍ତି, ଗତ କିଛି ଦିନ ହେବ ଆମେ ଭଲ ପ୍ରଦର୍ଶନ କରୁଛେ। ଆମେ ଜାଣିଛେ ଯେ, ଏଠାରେ କଡ଼ା ମୁକାବିଲା ହେବ। ସ୍ୱଦେଶରେ ଦିନିକିଆ ଶୃଙ୍ଖଳାରେ ଭାରତର ରେକର୍ଡ ଉଚ୍ଚକୋଟୀର। ବର୍ଷ ୨୦୦୯-୨୦୧୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଭାରତ ସ୍ୱଦେଶରେ ୧୬ଟି ଶୃଙ୍ଖଳାରୁ ମାତ୍ର ୨ଟି ହାରିଛି।

ନ୍ୟୁଜିଲାଣ୍ଡ ଟିମ୍‌ ଓ୍ଵାଙ୍ଖେଡେରେ ପ୍ରଥମ ଥର ପାଇଁ ଭାରତର ସମ୍ମୁଖୀନ ହେବ। ଏହି ସନ୍ଦର୍ଭରେ ଓ୍ଵିଲିୟମସନ୍‌ କହିଛନ୍ତି, ଆମେ ଓ୍ଵାଲଡ୍‌ କପ୍‌ର କିଛି ମ୍ୟାଚ ଏଠାରେ ଖେଳିଛୁ। କିନ୍ତୁ ଅନ୍ୟ ପ୍ରତିନ୍ଦ୍ୱନ୍ଦୀଙ୍କ ସହିତ ଖେଳିବାର ଅନୁଭୂତି ଅଛି। ଏହା ଏକ ଭଲ ପଡ଼ିଆ। ଏଠାରେ ଶୃଙ୍ଖଳା ଆରମ୍ଭ ହେବା ଖୁସିର ବିଷୟ। ଓ୍ଵିଲିୟମସନ୍‌ କହିଛନ୍ତି, ମାର୍ଟିନ ଗୁପ୍ଟିଲ ଓ କୋଲିନ ମୁନରୋ ତାଙ୍କ ଟିମ୍‌ର ଧୁରନ୍ଧର ବ୍ୟାଟ୍ସମ୍ୟାନ ଅଛନ୍ତି।

ସେ କହିଛନ୍ତି, ରବିବାର ଠାରୁ ଆରମ୍ଭ ହେବାକୁ ଥିବା ମ୍ୟାଚରେ ଭଲ ଷ୍ଟ୍ରାଇକର ଗୁପ୍ଟିଲ ଓ ମୁନରୋ ସାମିଲ ଅଛନ୍ତି। ଉଭୟ ଖେଳାଳି ଭଲ ଖେଳନ୍ତି। ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ସେ କହିଛନ୍ତି, ଟମ୍‌ ଲାଥମ ମଧ୍ୟକ୍ରମରେ ବ୍ୟାଟିଂ କରିବେ। ବିଗତ ଦିନର କିଛି ଅଭ୍ୟାସ ମ୍ୟାଚରେ ବହୁତ ସମୟ ଧରି କ୍ରିଜରେ ରହିଛନ୍ତି। ସେ ଓ୍ଵିକେଟ କିପର ରହିବେ। ନ୍ୟୁଜିଲାଣ୍ଡ ଟିମ୍‌ ଏଠାରେ ଥିବା ବ୍ରୋବେନ ଷ୍ଟାଡିୟମରେ ୨ଟି ଅଭ୍ୟାସ ମ୍ୟାଚ ଖେଳିଛି ଓ ଓ୍ଵିଲିୟମସନ୍‌ଙ୍କ କହିବା ଅନୁସାରେ ଅଭ୍ୟାସ ମ୍ୟାଚ ସହିତ ପ୍ରଥମ ଦିନର ମ୍ୟାଚ ଅନୁଭୂତି ସାମଞ୍ଜସ୍ୟ ରହିବ।

ସମ୍ବନ୍ଧିତ ଖବର