କାତାର ବିଶ୍ବକପ୍‌ରେ ୩୨ ଦଳ

ଲୌସେନ: ୨୦୨୨ ମାସିହାରେ କାତାରରେ ହେବାକୁ ଥିବା ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ୩୨ ଦଳ ଭାଗନେବେ ବୋଲି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ମହାସଂଘ (ଫିଫା) ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି। ଏହି ବିଶ୍ବକପ୍‌ରେ ଫିଫା ୩୨ରୁ ୪୮ ଦଳକୁ ବଢ଼ାଇବା ଲାଗି ଯୋଜନା କରିଥିଲା। ହେ‌ଲେ ବହୁ ଆଲୋଚନା ପରେ ୩୨ ଦଳକୁ‌ ନେଇ ଏହି ବିଶ୍ବର ଏହି ବୃହତ ଫୁଟ୍‌ବଲ୍‌ ପ୍ରତିଯୋଗତି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଫିଫାର ସଭାପତି ଜିଆନି ଇନ୍‌ଫାଣ୍ଟିନୋ କହିଛନ୍ତି। ତେବେ ଆମେରିକା, କାନାଡା ଏବଂ ମେକ୍ସିକୋରେ ଆୟୋଜିତ ହେବାକୁ ଥିବା ୨୦୨୬ ବିଶ୍ବକପ୍‌ରେ ୪୮ ଦଳ ସାମିଲ ‌ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର