ହଂକଂ ବିମାନ ବନ୍ଦରରେ ୨ ଘଣ୍ଟା ଅଟକିଲେ କାଶ୍ୟପ, ପ୍ରଣୀତ

ହାଇଦ୍ରାବାଦ : ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପରୁପଲ୍ଲୀ କାଶ୍ୟପ ଏବଂ ଏଚ୍‌ଏସ୍‌ ପ୍ରଣୀତଙ୍କୁ ହଂକଂ ବିମାନ ବନ୍ଦର ଅଧିକାରୀ ରବିବାର ୨ ଘଣ୍ଟା ଅଟକାଇ ରଖିଥିଲେ। ଏହି ସମୟରେ ତାଙ୍କ ସହ ସେମାନଙ୍କ ପ୍ରଶିକ୍ଷକ ସ୍ୱରୁପ ମଧ୍ୟ ରହିଥିଲେ। ଏହି ତିନି ଜଣ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଥିବା ହଂକଂ ସୁପର ସିରିଜ୍‌ ଲାଗି ସେଠାକୁ ଗସ୍ତ କରିଥିଲେ। କିନ୍ତୁ ଭିସା ଜନିତ ତୃଟି ଯୋଗୁଁ ଅଧିକାରୀମାନେ ବିମାନ ବନ୍ଦରରେ ଉଭୟଙ୍କୁ ଅଟକାଇଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଅଗନ୍ତୁକ ଭିସା ଦରକାର ଥିଲା ବେଳେ ଏହି ଅଧିକାରୀମାନେ ନିଯୁକ୍ତି ଭିସା ମାଗିଥିଲେ। ଏପରି ଭିସା ଏମାନଙ୍କ ପାଖରେ ନଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରବର୍ତୀ ସମୟରେ ଭାରତୀୟ ବୈଦଶିକ ମନ୍ତ୍ରାଳୟ ଏବଂ ପ୍ରତିଯୋଗିତା ଆୟୋଜକ ସମିତିର ହସ୍ତକ୍ଷପ ପରେ ମାମଲାର ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର