କେଦାର ଯାଦବ ବାଦ୍‌

ଚେନ୍ନାଇ : ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ୍‌କୁ ଫେରିଥିବା ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଏହି ଦଳର ଯୁବ ଅଲରାଉଣ୍ଡର କେଦାର ଯାଦବ ଚଳିତ ସଂସ୍କରଣରୁ ସଂପୂର୍ଣ୍ଣ ବାଦ ପଡ଼ିଛନ୍ତି। ମାଂସପେଶୀ ଯନ୍ତ୍ରଣା ପାଇଁ ସେ ଆଉ ଆଇପିଏଲ୍‌-୧୧ର ବଳକା ମ୍ୟାଚ୍‌ ଖେଳି ପାରିବେ ନାହିଁ ବୋଲି ଚେନ୍ନାଇ ସୁପରକିଙ୍ଗ୍ସ ଦଳ ପକ୍ଷରୁ ସୋମବାର ସୂଚନା ଦିଆ ଯାଇଛି। ଚେନ୍ନାଇ ଶନିବାର ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଚିତ୍ତାକର୍ଷକ ବିଜୟର କେଦାର ଅନ୍ୟତମ ନାୟକ ଥିଲେ। ସେହି ମ୍ୟାଚ୍‌ରେ ଚେନ୍ନାଇ ପାଳିର ତ୍ରୟୋଦଶ ଓଭରରେ ଆହତ ହୋଇ କେଦାର ପାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ତେବେ ଶେଷ ଓଭରରେ ପୁଣି ଥରେ ବ୍ୟାଟିଂ କରିବାକୁ ଆସି ଗୋଟିଏ ଛକା ଏବଂ ଗୋଟିଏ ଚୌକା ମାରି ଚେନ୍ନାଇକୁ ରୋମାଞ୍ଚକର ବିଜୟ ଉପହାର ଦେଇଥିଲେ। ୩୩ ବର୍ଷୀୟ କେଦାରଙ୍କୁ ଚେନ୍ନାଇ ୭.୮୦ କୋଟି ଟଙ୍କାରେ କିଣିଥିଲା।

ସମ୍ବନ୍ଧିତ ଖବର