କେନ୍‌ ଜିତିିଲେ ସୁନା ଜୋତା

ସେମିଫାଇନାଲରେ କ୍ରୋଏସିଆଠାରୁ ହାରିବା ପରେ ଇଂଲଣ୍ଡର ୧୯୬୬ ମସିହା ପରେ ଦ୍ୱିତୀୟ ବାର ବିଜେତା ହେବା ସ୍ୱପ୍ନ ମଉଳି ଯାଇଥିଲା। ହେଲେ ଇଂଲଣ୍ଡ ଅଧିନାୟକ ହାରି କେନ୍‌ଙ୍କ ପାଇଁ ରୁଷିଆ ବିଶ୍ୱକପ୍‌ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଥିଲା। ପ୍ରତିଯୋଗିତାର ସର୍ବାଧିକ ଗୋଲ୍‌ ସ୍କୋରର ଭାବେ ସେ ସୁନା ଜୋତା ଜିତି ନେଇଥିଲେ। ତେବେ ବିଶ୍ୱକପ୍‌ ଜିତି ନଥିବା ହତଭାଗା ଖେଳାଳିଙ୍କ ତାଲିକାରେ ସେ ସାମିଲ ହେଲେ। କେନ୍‌ କ୍ୱାର୍ଟର ଫାଇନାଲ୍‌ ଏବଂ ସେମିଫାଇନାଲରେ ଗୋଲ୍‌ କରି ନଥିଲେ। ହେଲେ ଏହା ପୂର୍ବରୁ ୬ ଗୋଲ୍‌ ଦେଇ ସାରିଥିଲେ। ଅନ୍ୟ କୌଣସି ଦଳର ଖେଳାଳି ଏତେ ସଂଖ୍ୟକ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହି ବେଲଜିୟମର ରୋମେଲୁ ଲକାକୁ (୪) ରୁପା ଏବଂ ଆୟୋଜକ ରୁଷିଆର ଡେନିସ୍‌ ଚେରିସେଭ୍‌ କାଂସ୍ୟ ଜୋତା ପାଇଥିଲେ।

ସମ୍ବନ୍ଧିତ ଖବର