ଓଟିପିଏଲ୍‌ ଫାଇନାଲରେ କେନ୍ଦ୍ରାପଡ଼ା-ପୁରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଓଡିଶା ଟେନିସ୍ ପ୍ରିମିୟର୍ ଲିଗ୍‌ (ଓଟିପିଏଲ୍‌)ର ଫାଇନାଲ୍‌ରେ ରବିବାର କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ସହିତ ପୁରୀ ୱେଭର୍ସର ମୁକାବିଲା ହେବ। ଶନିବାର ସେମିଫାଇନାଲ୍‌ରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୨୫-୨୪ ଗେମ୍‌ରେ ସମ୍ବଲପୁର ସୁଟର୍ସକୁ ଏବଂ ପୁରୀ ୱେଭର୍ସ ୩୦-୧୮ରେ ଅନୁଗୁଳ ଏସର୍ସକୁ ପରାସ୍ତ କରିଥିଲା। ପ୍ରଥମ ସେମିଫାଇନାଲରେ କେନ୍ଦ୍ରାପଡ଼ା ପାଇଁ ଏସଡି ପ୍ରଜ୍ବଳ, ଆଲେକ୍ସ ସୋଲାଙ୍କୀ ଯଥାକ୍ରମେ ଜଗମିତ୍ ସିଂହ ଓ ଆଦିତ୍ୟ ଶତପଥୀଙ୍କୁ ସମାନ ୭-୨ରେ ପରାସ୍ତ କରିଥିଲେ। ମହିଳା ଏକକରେ କିନ୍ତୁ ସମ୍ବଲପୁରର ଆୟୂଷୀ ତନୱାର କେନ୍ଦ୍ରାପଡ଼ାର ଅଭିକ୍ ସଜ୍ବଲଙ୍କୁ ୭-୫ରେ ହରାଇ ଆଶା ଉଜ୍ବୀବିତ କରିଥିଲେ। ପୁରୁଷ ଯୁଗଳରେ କେନ୍ଦ୍ରାପଡ଼ାର ନିଶାନ୍ତ ଗୋଏଲ-ଜଗମିତ୍ ସିଂହ ୭-୧ରେ ଦିଲୀପ ମହାନ୍ତି-ଆଦିତ୍ୟ ଶତପଥୀଙ୍କୁ ହରାଇ ଦଳକୁ ଆଶ୍ବସ୍ତ କରିଥିଲେ। ମିଶ୍ରିତ ଯୁଗଳରେ ଏସଡି ପ୍ରଜ୍ବଳ ଦେବ-ଆୟୂଷୀ ତନୱାର ୭-୪ରେ ଅଭିକା ସଜ୍ବଳ-ଆଲେକ୍ସ ସୋଲାଙ୍କୀଙ୍କୁ ହରାଇଥିଲେ ମଧ୍ୟ ଗୋଟିଏ ପଏଣ୍ଟ୍ ବ୍ୟବଧାନରେ (୨୫-୨୪) କେନ୍ଦ୍ରାପଡ଼ା ବାଜି ମାରି ନେଇଥିଲା। ଦ୍ବିତୀୟ ସେମିଫାଇନାଲରେ ଦୁଇ ଓଡ଼ିଆ ଖେଳାଳି ଆଶୁତୋଷ ଦାସ ଏବଂ ଅନମ ଅଲମସଙ୍କୁ ନେଇ ଗଠିତ ପୁରୀ ସହଜରେ ଜିତିଥିଲା। ପୁରୁଷ ଏକକରେ ଆଶୁତୋଷ ୭-୨ରେ ସୈଫ ଅଲୀଙ୍କୁ ପରାସ୍ତ କରିଥିଲେ ମଧ୍ୟ ଅନମ ଅଲମସ ନିଜର ଉଭୟ ଏକ ଏବଂ ଯୁଗଳ ବର୍ଗରେ ହାରିଯାଇଥିଲେ। ସୁରଜ ଆର୍ ପ୍ରବୋଧ ଉଭୟ ଏକକ ଏବଂ ଯୁଗଳରେ ବିଜୟୀ ହୋଇ ପୁରୀକୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ। ରବିବାର ମଧ୍ୟାହ୍ନ ୧୨ଟାରୁ ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବ‌େଳେ ୪ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ‌େ ବାଲି ଆୟୋଜକ ଦିଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର