ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଚେସ୍ ସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ୍ ଏମ୍ପାୟାର୍ସ ପରିସରରେ ଚାଲିଥିବା ସପ୍ତମ ସର୍ବଭାରତୀୟ କେଶବାନନ୍ଦ ଫିଡେ ରେଟିଂ ଚେସ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଛି। ରେଳବାଇ ଆଇଏମ୍ ସୋମକ ପାଲିତ୍ ୯ ରାଉଣ୍ଡ୍ରୁ ୮ ପଏଣ୍ଟ ପାଇ ବିଜେତା ହୋଇଥିବା ବେଳେ ମହାରାଷ୍ଟ୍ରର ସୁୟୋଗ ଓ୍ଵାଗ୍, ପଶ୍ଚିମବଙ୍ଗର ଅର୍ପଣ ଦାସ ସମାନ ୭.୫ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରି ନେଇଛନ୍ତି। ଶୀର୍ଷ ୨୦ ଜଣ ପୁରସ୍କୃତ ତାଲିକାରେ ଓଡ଼ିଶାରୁ ସ୍ମାରକୀ ମହାନ୍ତି, ସଂଜୀବନ ନାୟକ, ରାକେଶ କୁମାର ନାୟକ, ସୌମ୍ୟରଂଜନ ସାହୁ ଯଥାକ୍ରମେ ୧୩, ୧୫, ୧୬, ୧୯ତମ ସ୍ଥାନରେ ରହିଥିଲେ। ୧୫୦୦-୧୦୦୦ ରେଟିଂ ବର୍ଗରେ ଓଡ଼ିଶାର ଚୈତନ୍ୟ ରାଉତ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଅଣରେଟିଂରେ ବିବେକାନନ୍ଦ ଦାସ, ୬୦ରୁ ଅଧିକ ବୟସ ବର୍ଗରେ ନାରାୟଣ ସ୍ୱାଇଁ, ୧୩ ବର୍ଷରୁ କମ୍ରେ ମନୀଷ କୁମାର (୨୦୦୬), ଜଗଦୀଶ ବାରିକ, ଦିକ୍ଷାନ୍ତ ଦାଶ, ୧୧ ବର୍ଷରୁ କମ୍ରେ ଶ୍ରେୟସ ଶୁଭମ୍ ପଟ୍ଟନାୟକ, ସ୍ୱୟମ୍ଶ୍ରୀ ମହାନ୍ତି, ୧୦ ବର୍ଷରୁ କମ୍ରେ କୌସ୍ତଭ ଦାସ, ସଙ୍କଳନ ସାହା, ୯ ବର୍ଷରୁ କମ୍ରେ ଯାଆଁଳା ଭାଇ ପ୍ରିୟାଂଶ ଦାସ, ଶ୍ରୀୟାଂଶ ଦାସ, ୮ ବର୍ଷରୁ କମ୍ରେ ଶ୍ରୀୟାଂଶ ଦେ, ୭ ବର୍ଷରୁ କମ୍ରେ ଆଦିତ୍ୟ ବିକ୍ରମ ମିଶ୍ର, ତନ୍ମୟ ତଲିନ୍ ବେହେରା, ୬ ବର୍ଷରୁ କମ୍ରେ ଶିୟମ ସତ୍ୟାଂଶ, ସ୍ୱସ୍ତିକ ଶୁଭମ ପଟ୍ଟନାୟକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କାର ପାଇଥିଲେ।
ଉଦ୍ଯାପନୀ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଜିଭିଜି ଶର୍ମା, ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ସମ୍ପାଦକ କେ କେ ଶର୍ମା, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଖୋର୍ଧା ଜିଲ୍ଲା ଚେସ୍ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ ବେହେରା, କୋଷାଧ୍ୟକ୍ଷ ପ୍ରଦୀପ ବେହେରା ଉପସ୍ଥିତ ଥିଲେ। ମୁଖ୍ୟ ଆାର୍ବିଟର ଅସିତ ବରଣ ଚୌଧୁରୀ, ଅନ୍ତର୍ଜାତୀୟ ଆର୍ବିଟର ତାପସ ରଂଜନ ମହାନ୍ତି, ଫିଡେ ଆର୍ବିଟର ଭବେଶ ମହାନ୍ତି, ସନ୍ତୋଷ ମହାପାତ୍ର, ଜିସି ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।