ଦାୟିତ୍ୱ ନିଭାଇବା ପସନ୍ଦ ଲାଗେ, ଚାପରେ ବି ଖେଳ ଖରାପ ହୋଇ ନଥାଏ: ଭାରତୀୟ ବୋଲର ଖଲିଲ ଅହମଦ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ମ୍ୟାଚ୍‌ରେ ୨ଟି ଓ୍ଵିକେଟ୍‌ ହାସଲ କରିଥିବା ଖଲିଲ ଅହମଦ କହିଛନ୍ତି, ଦାୟିତ୍ୱ ନେବା ତାଙ୍କୁ ଭଲ ଲାଗିଥାଏ। ସେ କହିଛନ୍ତି ଚାପରେ ମଧ୍ୟ ତାଙ୍କ ପ୍ରଦର୍ଶନ କେବେ ଖରାପ ହୋଇ ନଥାଏ। ଖଲିଲ ସାଈ ହୋପ୍‌ ଏବଂ ସିମରୋନ୍‌ ହେଟମେୟରଙ୍କୁ ଆରମ୍ଭରୁ ଆଉଟ୍‌ କରି ୱେଷ୍ଟଇଣ୍ଡିଜ୍‌କୁ ଚାପରେ ପକାଇ ଦେଇଥିଲେ।

୨୦ ବର୍ଷିଅ ଖଲିଲ କହିଛନ୍ତି, ମୋ ଉପରେ ଅଧିକ ଦାୟିତ୍ୱ ଥିଲା। କାରଣ ମୁଁ ନୂଅାଁ ବଲରେ ବୋଲିଂ କରୁଥିଲି। ମୋତେ ଦାୟିତ୍ୱ ନେବା ପସନ୍ଦ ଲାଗିଥାଏ। ସେତେବେଳେ ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ଯେ, ଭାରତ ପାଇଁ ଖେଳିବି। ଯେତେବେଳେ ମୋର ସ୍ୱପ୍ନ ପୂରା ହୋଇଛି, ମୁଁ ଦାୟିତ୍ୱ ନେବି।

ଖଲିଲ ନିଜର ସଫଳତାର ଶ୍ରେୟ ଆଇପିଏଲରେ ଅନ୍ତର୍ଜାତୀୟ ଖେଳାଳିଙ୍କ ଡ୍ରେସିଂ ରୁମରେ ସେୟାର କରିବା ଅନୁଭବକୁ ଦେଇଛନ୍ତି। ସେ କହିଛନ୍ତି, ଆଇପିଏଲ୍‌ରେ ଖେଳିବାରେ ବହୁ ଅଭିଜ୍ଞତା ମିଳିଥାଏ। ଆପଣଙ୍କୁ ନିଜର ଖେଳରେ ଅଧିକ ପରିବର୍ତ୍ତନ କରିବାକୁ ପଡ଼ି ନଥାଏ।

ସମ୍ବନ୍ଧିତ ଖବର