ଖଟେଶ୍ୱର ପାଣ୍ଡେ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ୩୦ରେ

ସମ୍ବଲପୁର: ଚଳିତମାସ ୩୦ ତାରିଖରେ ସମ୍ବଲପୁରର ଡ.ଜେକେ ସାହୁ ସନ୍ତରଣାଗାରରେ ଅଷ୍ଟମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ଓଡ଼ିଶା ମୁକ୍ତ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗନେବା ପାଇଁ ସର୍ବନିମ୍ନ ବୟସ ୫ ରହିଥିବା ବେଳେ କୌଣସି ସର୍ବାଧିକ ବୟସସୀମା ରଖାଯାଇନାହିଁ। ଏଥିରେ ଭାଗନେବା ପାଇଁ ଆସୁଥିବା ସାରା ରାଜ୍ୟର ପ୍ରତିଯୋଗୀଙ୍କୁ ସେମାନଙ୍କର ସ୍କୁଲ, କଲେଜ, ଏନ୍‌ଏସି ତଥା ମୁନିସିପାଲଟି ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମାଣପତ୍ରର ନକଲ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ କିମ୍ବା ଭୋଟର ପରିଚୟ ପତ୍ରର ନକଲ ଆଣିବାକୁ ହେବ। ୫୦ ମିଟର ଫ୍ରି ଷ୍ଟାଇଲ, ବ୍ରେଷ୍ଟ ଷ୍ଟୋକ୍ସ, ବ୍ୟାକ୍‌ ଷ୍ଟ୍ରୋକ୍ସ, ବଟରଫ୍ଲାଏ ଓ ଫ୍ରି ଷ୍ଟାଇଲ କେବଳ ୫-୮ ବର୍ଷର ପିଲାଙ୍କ ମଧ୍ୟରେ ହେବ। ୧୮ ବର୍ଷରୁ କମ୍‌ ପ୍ରତିଯୋଗୀଙ୍କୁ ଏକ ଘୋଷଣାନାମା ଦେବାକୁ ହେବ, ଯେଉଁଥିରେ ସେମାନଙ୍କ ଅଭିଭାବକଙ୍କ ଦସ୍ତଖତ ରହିବ। ଯାହା ୨୭ ତାରିଖ ସୁଦ୍ଧା ଓଏମ୍‌ଏସ୍‌ କ୍ଲବ, ସମ୍ବଲପୁର ଠିକଣାରେ ପଠାଇବାକୁ ହେବ। ପ୍ରତି ପ୍ରତିଯୋଗୀଙ୍କୁ ପଞ୍ଜିକରଣ ପାଇଁ ଶହେ ଟଙ୍କା ଲେଖାଏଁ ଦେବାକୁ ହେବ। ତେବେ ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରୁଥିବା ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ ସହ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯିବ। ତେବେ ଅନଲାଇନ ମାଧ୍ୟମରେ ପ୍ରତିଯୋଗୀମାନେ ‘odisha masters swimmers [email protected]’ ଜରିଆରେ ଫର୍ମ ପଠାଇପାରିବେ।

ସମ୍ବନ୍ଧିତ ଖବର