ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ରାଜିନ ଅମ୍ପାୟାର

ଭୁବନେଶ୍ବର: ଚଳିତ ମାସ ୨୨ ତାରିଖରୁ ଭୁବନେଶ୍ବର ଓ କଟକରେ ଖେଳା ଯିବାକୁ ଥିବା ପ୍ରଥମ ଖେଲୋଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ରାଜିନ ଏକ୍କା ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ସେ ପ୍ରତିଯୋଗିତାର ଏକାଧିକ ହକି ମ୍ୟାଚ୍ ପରିଚାଳନା କରିବେ। ଏହି ପ୍ରତିଯୋଗିତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ହକି ମ୍ୟାଚ୍ କିଟ ବିଶ୍ବବିଦ୍ୟାଳୟର ନବନିର୍ମିତ ହକି ଷ୍ଟାଡିୟମରେ ଖେଳାଯିବ। ସୂଚନାଯୋଗ୍ୟ ଯେ ରାଜିନ ପୂର୍ବରୁ ସଫଳତାର ସହ ବହୁ ଜାତୀୟ ସ୍ତରୀୟ ପ୍ରତି‌ଯୋଗିତାରେ ଅମ୍ପାୟାର ଦାୟିତ୍ବ ତୁଲାଇ ସାରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ପ୍ରତିଯୋଗିତା ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର