ଫାଇନାଲ୍‌ରେ ଝୁଣ୍ଟିଲେ ଚିନ୍ମୟ

ଗୁରୁକୁଳ ଆଇଟା-ଓଟିଏ ପୁରୁଷ ଟେନିସ୍‌

ମେଣ୍ଢାଶାଳ: ଆଇଟା-ଓଟିଏ ୫୦,୦୦୦ ପୁରୁଷ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଆ ତାରକା ତଥା ଶୀର୍ଷ ମାନ୍ୟତା ଚିନ୍ମୟ ପ୍ରଧାନ ଟ୍ରଫି ଜିତିବାରେ ବିଫଳ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍‌ କମ୍ପ୍ଲେକ୍ସରେ ଖେଳାଯାଇଥିବା ଶୁକ୍ରବାର ଫାଇନାଲ୍‌ରେ ଚିନ୍ମୟ ୬-୩, ୩-୬, ୪-୬ ସେଟ୍‌ରେ ତାମିଲନାଡ଼ୁର ଅର୍ଜୁନ ମହାଦେବନ୍‌ଙ୍କଠୁ ହାରି ଯାଇଥିଲେ। ଅନ୍ୟପକ୍ଷରେ କର୍ଣ୍ଣାଟକ-ଆସାମ ଯୋଡ଼ି ନିକ୍ଷେପ ବି ରବିକୁମାର ଓ ସେଖ୍‌ ମହମ୍ମଦ ଇଫ୍‌ତିଖାର ଯୁଗଳ ଟ୍ରଫି କରାୟତ କରିଛନ୍ତି। ଏହି ଶୀର୍ଷ ମାନ୍ୟତା ଯୋଡ଼ି ୬-୩, ୬-୪ ସେଟ୍‌ରେ ଚତୁର୍ଥ ମାନ୍ୟତା ତାମିଲନାଡ଼ୁ ଯୋଡ଼ି ଭରତ ଏନ୍‌ କୁମାରନ୍‌ ଓ ଆର୍ଯ୍ୟ କେଏସ୍‌ ସିଦ୍ଧାର୍ଥଙ୍କୁ ପରାସ୍ତ କରିଥିଲେ। ଅତିଥି ଭାବେ ମୁଖ୍ୟ ରେଫରି ଜତିନ୍‌ ବସ୍ତିଆ ବିଜେତା ଏବଂ ଉପବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର