ଅମ୍ପାୟାର କହିଲେ- ନୋ ବଲ, ପୋଲାର୍ଡ ଚତୁରତାର ସହ ଏହାକୁ କଲେ ଡେଡ ବଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟରେ ସୋମବାର ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ ଏହାକୁ ୫ ଓ୍ଵିକେଟ୍‌ରେ ମ୍ୟାଚ୍‌ ଜିତିଥିଲା ଓ ଶୃଙ୍ଖଳାକୁ ୩-୦ରେ ନିଜ ନାଁରେ କରି ନେଇଥିଲା। ତୃତୀୟ ମ୍ୟାଚ୍‌ ଜିତିବା ପରେ ଏହା ହୋଇଥିଲା, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ୱେଷ୍ଟଇଣ୍ଡିଜର ଅଧିନାୟକ ଓ ଅଲରାଉଣ୍ଡର କିରନ ପୋଲାର୍ଡ ବୋଲିଂ ସମୟରେ ଚତୁରତାର ସହିତ ଏକ ‘ନୋ ବଲ’କୁ ଡେଡ ବଲ କରିଥିଲେ। ପୋଲାର୍ଡଙ୍କ ଏହି ଚତୁର ବୋଲିଂ ସୋଏବ ଅଖତାରଙ୍କୁ ମନେପକାଇ ଦେଇଛି। ଅଖତାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ମୁକାବିଲାରେ ପାଖାପାଖି ଏକ ନୋ ବଲକୁୁ ଡେଡ ବଲରେ ପରିଣତ କରିଥିଲେ।

‘ନୋ ବଲ’ରୁ ଡେଡ ବଲ ପରିବର୍ତ୍ତନ ଆଫଗାନିସ୍ତାନ ଇନିଂସର ୨୫ତମ ଓଭରରେ ହୋଇଥିଲା। ଏହି ଓଭରକୁ କିରନ ପୋଲାର୍ଡ ବୋଲିଂ କରୁଥିଲେ। ବଲ ଫିଙ୍ଗିବା ସମୟରେ ପାଦ କ୍ରିଜ ବାହାରେ ଥିଲା। ଅମ୍ପାୟାର ଏହାକୁ ନୋ ବଲ କହିଥିଲେ। ପୋଲାର୍ଡ ଅମ୍ପାୟାରଙ୍କ ଶବ୍ଦ ଶୁଣିବା ପରେ ଚତୁରତାର ସହିତ ବଲକୁ ଫିଙ୍ଗି ନ ଥିଲେ। ସେ ହସିହସି ଅପନା ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ ଓ ଡେଡ ବଲ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର