କିସ୍‌କୁ ୧୨ ସ୍ୱର୍ଣ୍ଣ ସହ ୩୩ ପଦକ:ରାଜ୍ୟ ଉପକନିଷ୍ଠ ଜୁଡ଼ୋ ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ ଏବଂ ଭୁବନେଶ୍ୱର ଜୁଡ଼ୋ ସଂଘ ପକ୍ଷରୁ ଭଞ୍ଜକଳାମଣ୍ଡପସ୍ଥିତ ରାଜ୍ୟ ଜୁଡ଼ୋ ହଲ୍‌ ପରିସରରେ ରବିବାର ଦିନିକିଆ ରାଜ୍ୟ ଉପକନିଷ୍ଠ (୧୦ରୁ ୧୫ ବର୍ଷ) ଜୁଡ଼ୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ପିଲାଙ୍କୁ ନେଇ ସମୃଦ୍ଧ କିସ୍‌ ୧୨ ସ୍ୱର୍ଣ୍ଣ ଓ ସର୍ବାଧିକ ୩୩ ପଦକ ଜିତି ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ସମ୍ବଲପୁର ଓ ଭୁବନେଶ୍ୱର ଯଥାକ୍ରମେ ୧୭ ଓ ୧୦ ପଦକ ଜିତି ପରବର୍ତୀ ଦୁଇ ସ୍ଥାନରେ ରହିଥିଲେ। କିସ୍‌ ଓ ଭୁବନେଶ୍ୱର ସମେତ ମୋଟ ୧୮ ଜିଲ୍ଲା ତଥା ୟୁନିଟ୍‌ରୁ ୩୦୦ରୁ ଉର୍ଧ୍ୱ ଖେଳାଳି ଓ ଅଧିକାରୀ ଭାଗ ନେଇଥିଲେ। ମୋଟ ୨୯ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ବିଜେତାମାନେ ଆସନ୍ତା ମାସରେ ହିମାଚଳପ୍ରଦେଶର ଉନ୍ନାଠାରେ ଖେଳାଯିବାକୁ ଥିବା ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁରବା ମହାପାତ୍ର, ସାଗର ଜେନା, ବସନ୍ତ ଦଳେଇ ବାଉଟ୍‌ ଗୁଡ଼ିକ ପରିଚାଳନା କରିଥିଲେ। ରବିବାର ପୂର୍ବାହ୍‌ଣରେ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ଜୁଡ଼ୋ ସଂଘ ସଭାପତି ଅବସରପ୍ରାପ୍ତ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ଯୁଗ୍ମ ସମ୍ପାଦକ ଦୀପଙ୍କର ଦାସ, ବୈଷୟିକ ସମ୍ପାଦକ କନ୍ଦନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳଙ୍କ ସଚିବ ଆଇଏଏସ୍‌ ମଧୁସୂଦନ ପାଢ଼ୀ, ଏସିପି ବି ବି ପରିଡ଼ା, ହକି ଗାଙ୍ଗପୁର ସମ୍ପାଦକ ଦେବାଶିଷ ଗୌଡ଼, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ପଦକ ପ୍ରଦାନ କରିଥିଲେ।
ସ୍ୱର୍ଣ୍ଣ ପଦକ ବିଜେତା
ବାଳିକା: ଦେବାସିନୀ ପିଙ୍ଗ୍‌, ସୁମିତ୍ରା ମୁଣ୍ଡା, ଆଂଶିକା ଝୁନ୍‌ଝୁନଓ୍ଵାଲା, ମାଇସା ନାୟକ, ଉର୍ଜ୍ଜା ଦାସ, ଗାୟତ୍ରୀ ସବର, ସପ୍ନା ଟୋପ୍ନୋ, ରାଇମଣୀ ସୋରେନ୍‌, ଆରତୀ ଦଳାଇ, ମୁକ୍ତା ମୁଣ୍ଡା, ଆରତୀ ଗୋପେ, ସୁଲେନ୍ଦ୍ରୀ ଚଲନ୍‌, ତନୀଷା ଅଗ୍ରଓ୍ଵାଲ, ସୁନିଧି ସାହୁ। ବାଳକ: ସୌମ୍ୟରଂଜନ ଗିରି, ଫାଲ୍‌ଗୁନ କୁମାର ଅଗ୍ରଓ୍ଵାଲ, ଆୟୂଷ ଅଂଶୁମାନ, ଶାଶ୍ୱତ ସୌମ୍ୟବ୍ରତ, ଈଶାନ୍‌ କୁମାର ପ୍ରଧାନ, ନିକେଶ ପୂଜାରୀ, ଜୟସିଂହ ମାଝୀ, ନିତ୍ୟ ମାଝୀ, ଜିତେନ୍ଦ୍ର ବେହେରା, ମହେଶ୍ୱର ମଣ୍ଡଳ, କୌଶକ ଲାକ୍ରା, ଶଙ୍କର ମାଝୀ, ଚନ୍ଦନ ଚରଣ ଦାସ, ଆଶିଷ ଅଗ୍ରଓ୍ଵାଲ, ସମ୍ବିତ ଦାସ।

ସମ୍ବନ୍ଧିତ ଖବର