କିଟ୍‌ରେ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ପ୍ରାଧିକାରଣ (ସାଇ)ର ପାତିଆଲା ସ୍ଥିତ ଏନ୍‌ଏସ୍‌ଏନ୍‌ଆଇଏସ୍‌ ପକ୍ଷରୁ ୬ ସପ୍ତାହିକ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷଣ ଭୁବନେଶ୍ୱର ସ୍ଥିତ କିଟ୍‌ ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଏହା ଜୁନ୍‌ ୨୩ ତାରିଖରେ ଶେଷ ହେବ। ଏଥିରେ ବ୍ୟାଡ୍‌ମିଣ୍ଟନ୍‌ (୪୨), ବାସ୍କେଟ୍‌ବଲ୍‌ (୨୫), କ୍ରିକେଟ୍‌ (୨୬), ହକି (୫), ସନ୍ତରଣ (୪୭) ଏବଂ ଭଲିବଲ୍‌ (୧୫)ରେ ମୋଟ ୧୬୦ (୧୪୦ ବାଳକ, ୨୦ ବାଳିକା) ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି। ଭାରତର ୨୩ ରାଜ୍ୟ ସହ ନେପାଳରୁ ୨ ଜଣ ଅଂଶଗ୍ରହଣ କରିଥିଲା ବେଳେ ଏହା ମଧ୍ୟରେ ଓଡ଼ିଶାରୁ ୨୬ ଜଣ ରହିଛନ୍ତିି। ଏହି ପାଠ୍ୟକ୍ରମକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ। ୨୦୧୩ ମାସିହାରୁ ଅଷ୍ଟମ ଥର ଲଗି ଏହି ଭଳି ପାଠ୍ୟକ୍ରମ କିଟ୍‌ରେ ପରିଚାଳିତ ହୋଇ ଆସୁଛି। ସାଇ ପକ୍ଷରୁ ଏହି ପାଠ୍ୟକ୍ରମ ପରିଚାଳନା ଲାଗି ପ୍ରଶିକ୍ଷକ ଭାବେ ତିର୍ଥେଶ ଗୁହା (ବାସ୍କେଟବଲ୍‌), ପଲ୍ଲବ ଦାସଗୁପ୍ତା (କ୍ରିକେଟ୍‌), ସୁଜିତ ଲାକ୍ରା (ହକି), ଜଗନ୍ନାଥ ସିହି (ଭଲିବଲ୍‌), ପ୍ରବୀର ବାସାକ (ସନ୍ତରଣ), ଅଶୋକ ସିଂହ (ସନ୍ତରଣ), ଏଚ୍‌ଏସ୍‌ ରାଉତ (ବ୍ୟାଡ୍‌ମିଣ୍ଟନ୍‌) ଏବଂ ଡକ୍ଟର ଗଗନେନ୍ଦୁ ଦାଶ (କ୍ରୀଡ଼ା ବିଜ୍ଞାନ ଓ ପାଠ୍ୟକ୍ରମ ସଂଯୋଜକ)ଙ୍କୁ ନିଯୁକ୍ତ କରିଛି।

ସମ୍ବନ୍ଧିତ ଖବର