କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ:ଦେବାଶିଷଙ୍କ ସହ ୬ ମିଳିତ ଶୀର୍ଷରେ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକାଦଶ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ମୁଖ୍ୟ ବର୍ଗ (କାଟେଗୋରି ‘ଏ’)ରେ ଓଡ଼ିଶା ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସ ନିଜ ଚମତ୍କାର ଅଭିଯାନ ଜାରି ରଖି ମିଳିତ ଶୀର୍ଷରେ ଥିବା ୬ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ସପ୍ତମ ରାଉଣ୍ଡ୍‌ ସୁଦ୍ଧା ୫ ବିଜୟ, ୨ ଅମୀମାଂସିତ ଫଳାଫଳ ସହିତ ଦେବାଶିଷ ଅପରାଜେୟ ରହିଛନ୍ତି। ମଙ୍ଗଳବାର ଦେବାଶିଷ ଭିଏତନାମ ଆଇଏମ୍‌ ଭାନ୍‌ ହୁଏ ଗୁଏନଙ୍କୁ ହରାଇ ସମ୍ପୂର୍ଣ୍ଣ ପଏଣ୍ଟ ଅର୍ଜନ କରିଥିଲେ। ସପ୍ତମ ରାଉଣ୍ଡ୍‌ ସୁଦ୍ଧା ଭାରତୀୟ ଗ୍ରାଣ୍ଡମାଷ୍ଟର ଦୀପ୍ତାୟନ ଘୋଷ, ଆଇଏମ୍‌ କାର୍ତିକ ଭେଙ୍କଟରମଣ, ରୁଷୀୟ ଗ୍ରାଣ୍ଡମାଷ୍ଟର୍‌ ଇଭାନ୍‌ ରୁଜୁମ, ୟୁକ୍ରେନୀୟ ଗ୍ରାଣ୍ଡମାଷ୍ଟର୍‌ ମାର୍ଟିନ୍‌ କ୍ରାଭ୍‌ସିଭ୍‌ ପ୍ରମୁଖ ସମାନ ୬ ପଏଣ୍ଟ ପାଇ ଦେବାଶିଷଙ୍କ ସହ ମଳିତ ଶୀର୍ଷରେ ରହିଛନ୍ତି। ଅନ୍ୟ ଓଡ଼ିଆଙ୍କ ମଧ୍ୟରେ କିଟ୍‌ର ଉତ୍କଳ ରଂଜନ ସାହୁ ୫ ପଏଣ୍ଟ୍‌, ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର, ସୁଶୋଭିତ୍‌ ଦାସ, କିରଣ ମନୀଷା ମହାନ୍ତି ସମାନ ୪.୫ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି।

ସମ୍ବନ୍ଧିତ ଖବର