ଭାରତୀୟଙ୍କ ପ୍ରଦର୍ଶନରେ କେକେଆର୍‌ ସମୃଦ୍ଧ:ସୁନୀଲ ଗାଭାସ୍କର

ଇଡେନ୍‌ ଗାର୍ଡେନ୍‌ସର ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ନକ୍‌ ଆଉଟ୍‌ ଖେଳିବାର ଫାଇଦା ନେବ। କେକେଆର୍‌ ପାଇଁ ଏହାର ପ୍ରଶଂସକମାନେ ବଡ଼ ମେରୁଦଣ୍ଡ ଭଳି। ସେହି କାରଣରୁ ରାଜସ୍ଥାନ ରାୟାଲ୍‌ସ ପାଇଁ ଏହା ଏତେ ସହଜ ହେବ ନାହିଁ। ଆଇପିଏଲ୍‌ ଆରମ୍ଭରୁ ଦୀନେଶ କାର୍ତିକ କେକେଆର୍‌ ପାଇଁ ପ୍ରେରଣାଦାୟୀ ନେତୃତ୍ୱ ନେଇଛନ୍ତି ଏବଂ ଦଳକୁ ନକ୍‌ ଆଉଟ୍‌ ପର୍ଯ୍ୟନ୍ତ ଆଣିପାରିଛନ୍ତି। ଯୁବ ଖେଳାଳିମାନଙ୍କୁ ଯେଭଳି ଦଳ ହାତେଇଛି ତାହା ନେତୃତ୍ୱର ବଡ଼ ଉଦାହରଣ ହୋଇରହିଛି। ଭୁଲ କରିବା ଏବଂ ସେଥିରୁ ଶିଖିବା ଲାଗି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେମାନଙ୍କ ପ୍ରତିଭା ଓ ସ୍ୱଭାବ ଉପରେ ବିଶ୍ୱାସ ରଖିବା ଗୁରୁତ୍ୱପୂର୍ଣ୍ଣ ଥିଲା। ଶିଭମ୍‌ ମାଭି ଏବଂ ପ୍ରସିଦ୍ଧ କୃଷ୍ଣ ଅଧିନାୟକଙ୍କ ଅଧୀନରେ ବଢ଼ିଛନ୍ତି। ଶୁଭମ ଗିଲ୍‌ ମଧ୍ୟ ଆଉ ଜଣେ ଯୁବ ଖେଳାଳି ଯିଏ ନିଜ ପ୍ରତିଭାର ଝଲକ ଦେଖାଇଛନ୍ତି, କିନ୍ତୁ ବଡ଼ ପ୍ରଭାବ ଛାଡ଼ିବାକୁ ଆବଶ୍ୟକ ଓଭର ପାଇନାହାନ୍ତି। ଯେଉଁ କିଛି ବଲ୍‌ ସେ ଖେଳିଛନ୍ତି ନିଜ ଉଚ୍ଚ ଶ୍ରେଣୀୟ କ୍ରିକେଟ୍‌ ଦେଖାଇଛନ୍ତି ଏବଂ ପରିସ୍ଥିତିକୁ ଭଲ ଭାବେ ବୁଝିପାରୁଥିବା ଜଣାପଡ଼ିଛି।

ପରବର୍ତୀ କଥାଟି ଜଣେ ଖେଳାଳିର ବିକାଶରେ ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ। ସୁନୀଲ ନରିନ, ଆନ୍ଦ୍ରେ ରସେଲ୍‌, କ୍ରିସ୍‌ ଲିନ୍‌ଙ୍କ ବିଦେଶୀ ପ୍ରଭାବ ରହିଛି ସତ କିନ୍ତୁ ଭାରତୀୟ ପ୍ରତିଭାଙ୍କ ଜରିଆରେ ମୁଖ୍ୟତଃ କେକେଆର୍‌ ସମୃଦ୍ଧ ହୋଇଛି।
ରାଜସ୍ଥାନ ରୟାଲ୍‌ସ କ୍ଷେତ୍ରରେ ମଧ୍ୟ ସମାନ କଥା। ଜୋସ୍‌ ବଟଲର୍‌ ଏବଂ ବେନ୍‌ ଷ୍ଟୋକ୍‌ସ ସ୍ୱଦେଶ ଫେରିଯିବା ପରେ ଗତ ‘ନିଶ୍ଚିତ ବିଜୟ ଆବଶ୍ୟକ’ ମ୍ୟାଚ୍‌ରେ ଭାରତୀୟ ସ୍ପିନର୍‌ ହିଁ ଆର୍‌ସିବିକୁ ଫସାଇ ଦେଇଥିଲେ। ସଂଜୁ ସାମସନ୍‌ଙ୍କ ପ୍ରଦର୍ଶନରେ ଅବନତି ଘଟିଥିଲେ ମଧ୍ୟ ତାଙ୍କୁ ଅଧିକ ଓଭର ଖେଳିବାକୁ ଦିଆଯିବା କଥା। ଜୋଫ୍ରା ଆର୍ଚର ପ୍ରାରମ୍ଭିକ ବ୍ୟାଟିଂରେ ବିଫଳ ହେବା ପରେ ଏହି କେରଳ ଯୁବ ତାରକାଙ୍କୁ ଏବେ ପାଳି ଆରମ୍ଭ କରିବାର ସୁଯୋଗ ମିଳିପାରେ। ଶେଷ ମ୍ୟାଚ୍‌ରେ ଶ୍ରେୟସ ଗୋପାଳ ଏବଂ ରାହୁଲ ତ୍ରିପାଠୀ ଚମତ୍କାର ଖେଳିଥିଲେ। ଏମାନେ ରୟାଲ୍‌ସ ପାଇଁ ଭାଗ୍ୟ ନିୟନ୍ତା ହୋଇପାରନ୍ତି। ଫଳାଫଳ ଯାହା ହେଉ ନା କାହିଁକି, ଇଡେନ୍‌ ଗାର୍ଡେନସ ଦର୍ଶକ ନିଶ୍ଚିତ ଦୁଇ ସ୍ୱଳ୍ପ ମାନ୍ୟତା ଦଳଠାରୁ ମନୋରଂଜନ ପାଇବେ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର