କୋହଲିଙ୍କ କ୍ୟାଚ୍ କମାଲ

୧୦୦: ଶୁକ୍ରବାର ଅଷ୍ଟ୍ରେଲିଆ ପାଳିର ୫୫ତମ ଓଭରର ପ୍ରଥମ ବଲ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାଚିଂ କମାଲ ଦେଖାଇଥିଲେ। ଅଫ୍ ଷ୍ଟମ୍ପ୍‌ରେ ଥିବା ଯଶ୍‌ପ୍ରୀତ ବୁମରାଙ୍କ ବ୍ୟାକ୍ ଅଫ୍ ଲେନ୍ଥ ବଲ୍‌କୁ ହ୍ୟାଣ୍ଡ୍ସକମ୍ବ କଟ୍ କରୁଥିଲା ବେଳେ ଦ୍ବିତୀୟ ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିବା ‌କୋହଲି ତାକୁ ଗୋଟିଏ ହାତରେ ଧରି ନେଇଥିଲେ। ଫଳରେ ସେହିଠାରେ ହିଁ ହ୍ୟାଣ୍ଡ୍ସକମ୍ବଙ୍କ ପାଳିରେ ପୂର୍ଣ୍ଣଛେଦ ପଡ଼ିଯାଇଥିଲା। ଏହା ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ କୋହଲିଙ୍କ ୧୦୦ତମ କ୍ୟାଚ୍ ଥିଲା।
୧୧୭: ଶୁକ୍ରବାର ପର୍ଥ ଷ୍ଟାଡିୟମ୍ ଟେଷ୍ଟ୍‌ ମ୍ୟାଚ୍ ଆୟୋଜନ କରିବାରେ ବିଶ୍ବର ୧୧୭ତମ ଓ ଅଷ୍ଟ୍ରେଲିଆର ଦଶମ ପଡ଼ିଆ ହୋଇଥିଲା। ଭାରତରେ ସର୍ବାଧିକ ୨୭ ଟେଷ୍ଟ୍‌ ପଡ଼ିଆ ରହିଛି। ପାକିସ୍ତାନ (୧୭) ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି।
୦୩: ଭାରତ ନିଜ ଟେଷ୍ଟ୍‌ ଇତିହାସରେ ତୃତୀୟ ଥର ପାଇଁ କୌଣସି ବିଶେଷଜ୍ଞ ସ୍ପିନରଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା।
୧୧: ଭାରତ ଏକାଦଶ ଥର ପାଇଁ କୌଣସି ପଡ଼ିଆରେ ପ୍ରଥମ ଟେଷ୍ଟ୍‌ ଖେଳିଲା। ପୂର୍ବରୁ ଏଭଳି ଘଟିଥିବା ଦଶଟି ଘଟଣାରେ ଭାରତ ଗୋଟିଏ ମ୍ୟାଚ୍ ଜିତିଥିଲା ବେଳେ ୯ ଅମୀମାଂସିତ ରଖିଛି।
୦୧: ଟିମ୍ ପାଇନ୍ ନିଜ ଟେଷ୍ଟ୍‌ ନେତୃତ୍ବର ପ୍ରଥମ ୪ ଟସ୍ ହାରିଥିଲେ। ଶେଷରେ ପଞ୍ଚମ ପ୍ରୟାସରେ ପର୍ଥରେ ପ୍ରଥମ ଥର ପାଇଁ ଟସ୍ ଜିତିଲେ।
୧୧୨: ଆରୋନ ଫିଞ୍ଚ୍‌ ଓ ମାର୍କସ ହାରିସ୍ ପ୍ରଥମ ୱିକେଟ୍‌ରେ ୧୧୨ ରନ୍ ଯୋଡ଼ିଲେ। ଗତ ଦୁଇ ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଏହା ପ୍ରଥମ ଶତକୀୟ ଭାଗୀଦାରି।

ସମ୍ବନ୍ଧିତ ଖବର