କୋହଲି ଭାରତର ସର୍ବକାଳୀନ ମହାନ ହୋଇପାରିବେ: ସାଙ୍ଗାକାରା

0 379

ବର୍ମିଂହାମ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‍ର ପ୍ରଥମ ପାଳିରେ ଶତକ (୧୪୯) ଓ ଦ୍ୱିତୀୟ ପାଳିରେ ଅର୍ଧଶତକ (୫୧) ଜମାଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲିସ୍‌ ହୃଦୟ ଜିତି ନେଇଛନ୍ତି। ବ୍ରିଟିସ୍‌ ଗଣମାଧ୍ୟମ ମଧ୍ୟ ବିରାଟଙ୍କୁ ପ୍ରଶଂସାରେ ପୋତି ପକାଇଛି। ଏପରିକି ବିରାଟ ହିଁ ଚଳିତ ଶୃଙ୍ଖଳାରେ ସବୁଠୁ ଆକର୍ଷଣରେ ରହିବେ ବୋଲି ବ୍ରିଟିସ୍‌ ଗଣମାଧ୍ୟମ ପ୍ରକାଶ କରିଛନ୍ତି। ସମାନ ସମୟରେ ପୂର୍ବତନ ସିଂହଳୀ ତାରକା କୁମାର ସାଙ୍ଗାକାରା ମଧ୍ୟ ବିରାଟଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି। ବିରାଟ ଯେଭଳି ବ୍ୟାଟିଂ କଲେ ତାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସେ ଜଣେ ମହାନ୍‌ ଖେଳାଳି ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି। ସେ ଯଦି ଏପରି ଖେଳିଚାଲନ୍ତି, ତେବେ ଭାରତର ସର୍ବକାଳୀନ ମହାନ ବ୍ୟାଟ୍‌ସମ୍ୟାନ୍‌ ପରିଗଣିତ ହୋଇପାରିବେ ବୋଲି ସାଙ୍ଗାକାରା କହିଛନ୍ତି। ଏପରିକି କୋହଲି ମଧ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଟପି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିପାରିବେ ବୋଲି ଅବସରପ୍ରାପ୍ତ ଏହି ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ବିଶ୍ୱାସ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.